ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି । ଫେସବୁକ୍ ଜରିଆରେ ସେ ଏହାର ସୂଚନା ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ଶାମିଙ୍କ ସହ ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଳ ଠାକୁର ବି ଅଷ୍ଟ୍ରେଲିଆ ଅଭିମୁଖେ କରିଛନ୍ତି । ଏହି ତିନି ବୋଲରଙ୍କ ମଧ୍ୟରୁ ଜଣଙ୍କୁ ବୁମରାଙ୍କ ବଦଳରେ ସ୍ଥାନ ମିଳିବ । ଯାହାର ଫଟୋ ମହମ୍ମଦ ଶାମି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମହମ୍ମଦ ଶାମି କରୋନାରୁ ସୁସ୍ଥ ହେବା ପରେ ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ। ବୁମରାଙ୍କୁ ସ୍ଥାନରେ ତାଙ୍କୁ ଦଳରେ ସାମିଲ୍ କରାଯିବା ପ୍ରାୟତଃ ନିଶ୍ଚିତ । ଶାମି ପ୍ରଥମେ ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକାରେ ଥିଲେ । ତିନି ବୋଲର ପର୍ଥରେ ଭାରତୀୟ ଦଳ ସହ ଯୋଗ ଦେବେ । ୧୪ ଜଣିଆ ଭାରତୀୟ ଦଳ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।