ଅର୍ଗସ ବ୍ୟୁରୋେ: ନ୍ୟୁଜିଲାଣ୍ଡରେ 6ଟି ରାଜ୍ୟରେ ଜରୁରୀକାଳୀନ ସ୍ଥିତି ଘୋଷଣା । ଦେଶର 6ଟି ରାଜ୍ୟରେ ମହାବାତ୍ୟା ଗାବ୍ରିଏଲ ଜନିତ ବନ୍ୟା ଓ ଭୂସ୍ଖଳନକୁ ନେଇ ଆଜି ଲୋକାଲ ଷ୍ଟେଟ ଏମରଜେନ୍ସି ଘୋଷଣା ହୋଇଛି । ନର୍ଥଲାଣ୍ଡ, ଆକଲାଣ୍ଡ, ଗାଇରାୱାତି, ବେ ଅଫ ପ୍ଲେଣ୍ଟି, ୱାଇକାଟୋ ଓ ହାକସ ବେ ରାଜ୍ୟରେ ଏମରଜେନ୍ସି ଲାଗୁ ହୋଇଛି ।
ଅଧିକ ବିଦେଶ ନ୍ୟୂଜ଼ ପଢନ୍ତୁ
ପ୍ରଧାନମନ୍ତ୍ରୀ ଚାରିସ ହାପକିନଙ୍କ ପରାମର୍ଶ କ୍ରମେ ଜରୁରୀକାଳୀନ ବିଭାଗ ପକ୍ଷରୁ ଆଜି ସକାଳେ ଏହି ଘୋଷଣା ହୋଇଛି । ମହାବାତ୍ୟା ଗାବ୍ରିଏଲ କାରଣରୁ ପ୍ରଭାବିତ 6ଟି ରାଜ୍ୟରେ ରାସ୍ତା ଧୋଇଯାଇଥିବାବେଳେ ଲକ୍ଷାଧିକ ଲୋକ ବାସହରା ହୋଇଛନ୍ତି ।
ପ୍ରାକୃତିକ ଦୁର୍ବିପାକ ନ୍ୟୁଜ ଆହୁରି ପଢନ୍ତୁ