୧୮୦ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ନେଦରଲ୍ୟାଣ୍ଡ । ଜବାବରେ ୱିକେଟ ହରାଇ ରନ୍ କରିପାରି ନ ଥିଲା ନେଦରଲାଣ୍ଡ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଦଳକୁ ପ୍ରଥମ ସଫଳତା ଦେଇଥିଲେ। ମାତ୍ର ୨.୨ ବଲରେ ନେଦରଲାଣ୍ଡର ବିକ୍ରିଜିତ ସିଂହ(୧)ଙ୍କ ୱିକେଟ ଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା ନେଦରଲାଣ୍ଡ । ନେଦରଲାଣ୍ଡକୁ 56 ରନରେ ହରାଇଛି ଭାରତ ।
୪,୨ ଓଭରରେ ମାସ୍କ ଦାଓଦ(୧୬),୯.୨ ଓଭରରେ ବାସ ଡି ଲିଡେ(୧୬), ୧୨.୧ ଓଭରରେ କଲିନ ଆକେରମାନ(୧୭), ୧୨.୪ ଓଭର ଟମ କୁପର(୯), ୧୫,୪ ଓଭର ଟିମ ପ୍ରିଙ୍ଗିଲ, ୧୬.୩ ଓଭରରେ ସ୍କଟ୍ ଏଡୱାର୍ଡ(୫),୧୭.୫ ଓଭରରେ ଲୋଗନ ଭାନ ବୀକ(୩) ଓ ୧୭.୬ ଓଭରରେ ଫ୍ରାଡ୍ କ୍ଲାସେନଙ୍କ ୱିକେଟ୍ ଯାଇଥିଲା। ଶେଷ ବେଳକୁ ପଲ୍ ଭାନ ମିକିରେନ ଓ ଶହରିଜ ଅହମ୍ମଦ ବ୍ୟାଟିଂ ନଟ୍ ଆଉଟ ରହିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ରବିଚନ୍ଦ୍ରନ ଅଶ୍ୱିନୀ ଓ ଅକ୍ସର ପଟେଲ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପିର ମହମ୍ମଦ ସାମୀଙ୍କୁ ଗୋଟିଏ ୱିକେଟ୍ ମିଳିଥିବା ବେଳେ ଆଜି ହାର୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ବି ସଫଳତା ମିଳି ନଥିଲା ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।