ଆସନ୍ତା କାଲି ମାକ୍ଲେନ୍ ପାର୍କରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ । ହେଲେ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟକା ଲାଗିଛି । ମ୍ୟାଚ୍ ପୂର୍ବରୁ ଦଳରୁ ବାଦ ପଡ଼ିଛନ୍ତି ଅଧିନାୟକ କେନ୍ ଓ୍ବିଲିୟମସନ୍ । ନିଜସ୍ବ ସମସ୍ୟା ପାଇଁ ସେ ତୃତୀୟ ମ୍ୟାଚ୍ରୁ ଓହରି ଯାଇଛନ୍ତି । ତେବେ ତାଙ୍କ ସ୍ଥାନରେ ଦଳର ସିନିୟର ପ୍ଲେୟାର ତଥା ଦ୍ରୁତ ବୋଲର ଟିମ୍ ସାଉଦୀ ଅଧିନାୟକ ଦାୟିତ୍ବ ସମ୍ଭାଳିବେ ।
ନ୍ୟୁଜିଲାଣ୍ଡ ବିରୋଧରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବ ଭାରତ । ପ୍ରଥମ ଟି-୨୦ ବର୍ଷା ଯୋଗୁ ବାତିଲ୍ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚ୍କୁ ସହଜରେ ଜିତି ନେଇଛି ଟିମ୍ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକୀୟ ପାରି ପାଇଁ ଶୃଙ୍ଖଳାରେ ୧-୦ରେ ଆଗରେ ରହିଛି ଭାରତ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।