ଅକ୍ଲାଣ୍ଡ: କୋଭିଡ -19 ମାମଲାରେ ବିଶ୍ୱର ବିଭିନ୍ନ ଦେଶମାନେ ସଂଗ୍ରାମ କରୁଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଏହି ଯୁଦ୍ଧରେ ବିଜୟୀ ହୋଇପାରିଛି । କାରଣ ବୁଧବାର ଦିନ ଅକଲ୍ୟାଣ୍ଡର ମିଡିଲମୋର ହସ୍ପିଟାଲ ଦେଶର ଶେଷ କରୋନା ଭାଇରସ ରୋଗୀଙ୍କୁ ଡିସଚାର୍ଜ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ବୁଧବାର ଘୋଷଣା କରିଛନ୍ତି ଯେ, କ୍ରମାଗତ ପଞ୍ଚମ ଦିନ ପାଇଁ ନ୍ୟୁଜିଲ୍ୟାଣ୍ଡରେ କୋଭିଡ-19ରେ କୌଣସି ନୂଆ ମାମଲା ନାହିଁ । ପୁନରୁଦ୍ଧାର ହୋଇଥିବା ମୋଟ ମାମଲା ବର୍ତ୍ତମାନ 1,474 ରେ ଅଛି । ଏବଂ କୋଭିଡ-19ର କେବଳ 8 ଟି ସକ୍ରିୟ ମାମଲା ଅଛି । ପଞ୍ଚମ ଥର ପାଇଁ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ । ଜନ୍ ହପକିନ୍ସଙ୍କ କରୋନା ଭାଇରସ୍ ରିସୋର୍ସ ସେଣ୍ଟର ଅନୁଯାୟୀ ଦେଶରେ ପ୍ରାୟ 1,500 ମାମଲା ଏବଂ 21ଜଣଙ୍କର ମୃତ୍ୟୁ ହୋଇଛି । ଯାହା ଅନ୍ୟ ଦେଶ ତୁଳନାରେ ବହୁତ ଭଲ ଅଟେ । ଦେଶ କିପରି ଏହି ଯୁଦ୍ଧରେ ଜିତିଲା, ପଢନ୍ତୁ...
New Zealand has ZERO new #COVID cases for the last 5 days & has now discharged all recovering patients from hospitals. A clear demonstration of the efficacy of early lockdown, widespread testing, & contact tracing. It also reveals the importance of leadership based on science.
— Nick Mark MD (@nickmmark) May 27, 2020
ମାରାତ୍ମକ ଜୀବାଣୁ ମୁକାବିଲା କରିବାର ସଫଳତାକୁ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ନଙ୍କ ପ୍ରଭାବଶାଳୀ ନେତୃତ୍ୱ, ଶୀଘ୍ର ବନ୍ଦ କରିବା, ସାମାଜିକ ଦୂରତା ଏବଂ ଆକ୍ରମଣାତ୍ମକ ପରୀକ୍ଷଣ । ଅନ୍ୟ ଦେଶ ତୁଳନାରେ, କୋଭିଡ -19 ପ୍ରତି ନ୍ୟୁଜିଲ୍ୟାଣ୍ଡର ପ୍ରତିକ୍ରିୟା ଅପେକ୍ଷାକୃତ ଦ୍ରୁତ ଥିଲା । ଯେତେବେଳେ ଦେଶରେ କେବଳ 6ଟି ମାମଲା ଥିଲା, ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ନ ମାର୍ଚ୍ଚ 14ରେ ଘୋଷଣା କରିଥିଲେ ଯେ, ଦେଶରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଦୁଇ ସପ୍ତାହ ପାଇଁ ଅଲଗା ହେବାକୁ ପଡିବ । ମାର୍ଚ୍ଚ 19 ରେ ଯେତେବେଳେ ମାମଲା ସଂଖ୍ୟା 28 କୁ ବୃଦ୍ଧି ପାଇଲା, ସେତେବେଳେ ଆର୍ଡର୍ନ ବିଦେଶୀମାନଙ୍କୁ ଦେଶ ଭିତରକୁ ପ୍ରବେଶ ଉପରେ ବାରଣ କରିଥିଲେ।
ନ୍ୟୁଜିଲ୍ୟାଣ୍ଡ ମଧ୍ୟ ବିଶ୍ୱର ସର୍ବୋଚ୍ଚ ହାରରେ ଜନସାଧାରଣଙ୍କୁ ପରୀକ୍ଷା କରୁଛି । ଦେଶରେ ସମୁଦାୟ 2, 67,435 କରୋନାଭାଇରସ୍ ପରୀକ୍ଷା କରାଯାଇଛି ଏବଂ NZ COVID Tracer ଆପ୍ ମାଧ୍ୟମରେ ଅବଶିଷ୍ଟ ମାମଲା ଉପରେ ନଜର ରଖିବା ପାଇଁ କଣ୍ଟାକ୍ଟ ଟ୍ରାକରମାନେ କାର୍ଯ୍ୟ କରୁଛନ୍ତି | ଏହି ସମୟରେ, ଟ୍ୱିଟର ଆଶାବାଦୀ ଖବର ଦ୍ୱାରା ଉତ୍ସାହିତ ହୋଇ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନଙ୍କୁ ଏହି ସଙ୍କଟ ଦୂର କରିବାରେ ତାଙ୍କର ଶକ୍ତିଶାଳୀ ନେତୃତ୍ୱ ପାଇଁ ଅଭିନନ୍ଦନ ଜଣାଇଛି ।
ଅର୍ଗସ ବ୍ୟୁରୋ : ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ ଦୀର୍ଘ ୨୫ଦିନ ହେବ ସାରା ରାଜ୍ୟରେ ଆନ୍ଦୋଳନ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ମୁଖ୍ୟମନ୍ତ୍ରୀ କିମ୍ବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଜିକୁ ୨୧ବର୍ଷ ହେଲା ଆୟୁଷ ଡାକ୍ତରମାନଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନପାଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ହେୟଜ୍ଞାନ ତଥା ଆୟୁଷ ଡାକ୍ତରମାନଙ୍କ ପ୍ରତି ବୈମାତୃକ ମନୋଭାବ ପଦାରେ ପଡିଛି । ଓଡ଼ିଶାରେ ହୋମିଓପ୍ୟାଥି, ଆୟୁର୍ବେଦ, ଯୋଗ, ୟୁନାନି, ସିଧ ଚିକିତ୍ସାରୁ ଓଡ଼ିଶାବାସୀ ବଂଚିତ ହେଉଛନ୍ତି । ଆଜି ଆନ୍ଦୋଳନରତ ଆୟୁଷ ଡାକ୍ତର ଛାତ୍ରଛାତ୍ରୀମାନଙ୍କୁ ଯେଉଁଭଳିଭାବେ ପୋଲିସ ଗିରଫ କରି ସେମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛି ତାହା ନିନ୍ଦନୀୟ ଓ ଅଗଣତାନ୍ତ୍ରିକ । ରାଜ୍ୟ ସରକାର ତୁରନ୍ତ ଆୟୁଷ ଡାକ୍ତରଙ୍କ ସମସ୍ତ ଦାବିକୁ ପୂରଣ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯଶ୍ୱସୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ ୯ବର୍ଷରେ ୮୧ରୁ ଊର୍ଦ୍ଧ୍ୱ ଆୟୁଷ୍ ଅନୁଷ୍ଠାନ ଖୋଲାଯାଇଛି । ଏଥି ସହ ଏଲୋପାଥି ଡାକ୍ତରଙ୍କ ସହ ଆୟୁଷ ଡାକ୍ତରଙ୍କ ଦରମାକୁ ସମାନ କରାଯାଇଛି । ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ରରେ ପରିଣତ କରାଯାଇ ଜଣେ ଜଣେ ଆୟୁଷ ଡାକ୍ତରଙ୍କ ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି । ତେବେ କେନ୍ଦ୍ର ସରକାରଙ୍କର ଏତେ ପଦକ୍ଷେପ ପରେ ମଧ୍ୟ ରାଜ୍ୟ ସରକାର ଆୟୁଷ ଚିକିତ୍ସା ଓ ଚିକିତ୍ସକମାନଙ୍କ ପ୍ରତି ଚରମ ଅବହେଳା ଦେଖାଇବା ନିନ୍ଦନୀୟ । ରାଜ୍ୟରେ ଶହ ଶହ ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅଭାବରେ ଉଇ ହୂଙ୍କା ପାଲଟି ଯାଇଥିବାବେଳେ ଦୀର୍ଘ ୨୧ବର୍ଷ ଧରି ଉତୀର୍ଣ୍ଣ ହୋଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ନଦିଆଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ୨୪ବର୍ଷ ନବୀନ ଶାସନରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷକ, ଡାକ୍ତର ଇତ୍ୟାଦି ଅବହେଳିତ । ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ସମୟରେ ସେମାନଙ୍କ ଦାବୀ ପ୍ରତି କର୍ଣ୍ଣପାତ ନକରି ଆନ୍ଦୋଳନକୁ ଦମନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି । ୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦୭ଟି ବ୍ଲକରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ଓଡ଼ିଶାର ୪୦,୦୦୦ ଜନସାଧାରଣଙ୍କ ନିମନ୍ତେ ଜଣେ ଡାକ୍ତର ନିୟୋଜିତ । ମୋଦି ସରକାରଙ୍କ “ଆୟୁଷ୍ମାନ ଭାରତ” ଅନ୍ତର୍ଗତ “ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର” ନିୟମ ଅନୁଯାୟୀ ପ୍ରତି ୫୦୦୦ ଜନସାଧାରଣଙ୍କ ପାଇଁ ଜଣେ ଡାକ୍ତର ରଖିବା କଥା । କିନ୍ତୁ ଦୁଃଖର ବିଷୟ ଯେ, ନବୀନ ସରକାର ସେଥିରେ ବିଫଳ । ଓଡ଼ିଶାରେ ୯ଟି ଚିିକିତ୍ସାଳୟରୁ ୭ଟି ଶିକ୍ଷାନୁଷ୍ଠାନ ସହ ସଂଲଗ୍ନ । ଏହି ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ, ଏକ୍ସରେ ରହିବା କଥା କିନ୍ତୁ ଗୋଟିଏ ଚିକିତ୍ସାଳୟରେ ବି ନାହିଁ, ଯାହା ରାଜ୍ୟ ସରକାରଙ୍କ ଉଦାସୀନତାର ଏକ ନଗ୍ନ ଚିତ୍ରକୁ ଦର୍ଶାଉଛି । ମୋଦି ସରକାର ଆୟୁଷ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ସେଥିରୁ ବିଚୁତି ରହୁଛନ୍ତି । ଯଥାଶୀଘ୍ର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଯନ୍ତ୍ରପାତି, ପୁସ୍ତକ ଯୋଗାଇ ଦେବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି ।
ଅର୍ଗସ ବ୍ୟୁରୋ : ଆଜି ବୁଧବାର, ଆମିଷ ବାରି । ଟିକେ ମାଲ ପିଇବି ଓ ଖାଇବି ତା ପରେ ସ୍କୁଲ ଜିବି । ସେ କଣ ଜାଣିଥିଲେ କି ନିଶା ଏତେ ଜୋର ହେଇଯିବ ବୋଲି । ନିଶା ଏମିତି ହେଲା ଯେ ସ୍କୁଲ ପରିସରରେ ପଡିଥିବା ଦେଖିବାକୁ ମିଳିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୁର ବ୍ଲକ୍ ଅନ୍ତର୍ଗତ ଗରଗଡ଼ବାହାଳ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମୁଣ୍ଡା ପ୍ରଚୁର ମଦ୍ୟପାନ କରି ସ୍କୁଲ ପରିସରରେ ପଡିଥିବା ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଶିକ୍ଷକ ଜଣଙ୍କ ପ୍ରତିଦିନ ପ୍ରଚୁର ମଦ୍ୟପାନ କରି ସ୍କୁଲକୁ ଯାଆନ୍ତି ଏବଂ ଶିକ୍ଷାଦାନ କରିବା ତ ଦୂରର କଥା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗାଇଡ଼ କରିବାକୁ ଅକ୍ଷମ ହୋଇପଡନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସ୍କୁଲର ଅଭିଭାବକ ଓ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ବୁଧବାର ମଧ୍ୟ ସ୍କୁଲ ଆରମ୍ଭରୁ ବସନ୍ତ କୁମାର ମୁଣ୍ଡା ପ୍ରଚୁର ମଦ୍ୟପାନ କରି ବାନ୍ତି କରି ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ପରିସରରେ ପଡ଼ିଥିବା ଦେଖି କ୍ଷୋଭ ପ୍ରକାଶ କରିବା ସହ ବିଇଓଙ୍କ ନିକଟରେ ଅଭିଯୋଗ କରଛନ୍ତି । ତେବେ ସମୟକୁ ଅପେକ୍ଷା ଏ ସ୍କୁଲ ଭବିଷ୍ୟତ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଶିକ୍ଷା ବିଭାଗ କେବେ ପରିବର୍ତ୍ତନ କରୁଛନ୍ତି ।
ଅର୍ଗସ ବ୍ୟୁରୋ : ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନିତା ଏମ ଅମ୍ବାନିଙ୍କୁ ରୋଟାରି କ୍ଲବ ଅଫ ବମ୍ବେ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ଯୁଗାନ୍ତକାରୀ ଅନୁଷ୍ଠାନ ସୃଷ୍ଟି ଜରିଆରେ ନିତାଙ୍କ ବ୍ୟାପକ ଅବଦାନର ସ୍ୱୀକୃତି ସ୍ୱରୂପ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଏହି ସମ୍ମାନ ଗ୍ରହଣ କରିବା ଅବସରରେ ନିତା ଅମ୍ବାନି କହିଛନ୍ତି "ଏହି ସମ୍ମାନ କୁ ମୁଁ ଅତ୍ୟନ୍ତ ବିନମ୍ରତାର ସହ ଏବଂ ଆମ ସହର ମୁମ୍ବାଇ ଓ ଏହାର ବାସିନ୍ଦାଙ୍କ ପାଇଁ ରୋଟାରି କ୍ଲବ ଅଫ ବମ୍ବେର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଗ୍ରହଣ କରୁଛି । ଜଣେ ରୋଟାରିଆନ ଭାବରେ ଏହା ମୋର ୨୫ତମ ବର୍ଷ ଏବଂ ଏହି ଯାତ୍ରାକୁ ମୁଁ ଆପଣମାନଙ୍କ ସାଙ୍ଗରେ ବେଶ ଉପଭୋଗ କରିଛି ।
ଧିରୁଭାଇ ଅମ୍ବାନି ୧୯୬୯ ମସିହାରେ ଜଣେ ଅନରାରି ରୋଟାରିଆନ ହେବା ପରଠାରୁ ଅମ୍ବାନି ପରିବାରର ରୋଟାରି ସହିତ ସମ୍ପର୍କ ଆରମ୍ଭ ହୋଇଥିଲା । ରିଲାଏନ୍ସ ଦ୍ୱାରା ମୁମ୍ବାଇରେ ସୃଷ୍ଟି କରାଯାଇଥିବା ପ୍ରତିଟି ଅନୁଷ୍ଠାନ ମୁମ୍ବାଇ ସହର ସହିତ ଦୃଢ ଭାବରେ ସଂଯୁକ୍ତ ଏବଂ ମୁମ୍ବାଇର ଦର୍ଶନରେ ଅନୁପ୍ରାଣିତ ।"