ଭୂମିକମ୍ପର କେନ୍ଦ୍ରସ୍ଥଳ କେର୍ମାଡେକ୍ ଦ୍ୱୀପପୁଞ୍ଜର ସବୁଠାରୁ ବଡ଼ ରାଉଲ ଦ୍ୱୀପଠାରୁ ପ୍ରାୟ ୧୯୫ କିଲୋମିଟର ଦକ୍ଷିଣ-ପୂର୍ବରେ ବା ଅକଲାଣ୍ଡଠାରୁ ୧,୧୨୫ କିଲୋମିଟର ଉତ୍ତର-ପୂର୍ବରେ ହୋଇଥିବା ଜଣାପଡିଛି । ୟୁଏସ୍ ଜିଓଲୋଜିକାଲ ସର୍ଭେ କହିଛି ଯେ, ଭୂକମ୍ପର ପ୍ରାରମ୍ଭିକ ତୀବ୍ରତା ୭.୦ ଥିଲା । ସମୁଦ୍ର ପତନଠାରୁ ପ୍ରାୟ ୨୨ କିଲୋମିଟର ତଳକୁ ଭୂମିକମ୍ପ ଅନୁଭୂତ ହେବାରୁ ସମୁଦ୍ରରେ ଲହରୀ ଆସୁଛି। ଏହାର କିଛି ସମୟ ପରେ କେର୍ମାଡେକ୍ ଦ୍ୱୀପପୁଞ୍ଜ, ଫିଜି, ନ୍ୟୁଜିଲାଣ୍ଡ ଏବଂ ଟଙ୍ଗା ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।
ଏଯାଏ କୌଣସି ଧନଜୀବନର କ୍ଷୟକ୍ଷତି ବାବଦରେ ସୂଚନା ମିଳିପାରିନାହିଁ । ଏହା ପୂର୍ବରୁ ୨୦୧୯ ଜୁନ୍ ମାସରେ ରାଉଳ ଦ୍ୱୀପରେ ୭.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଏକ କ୍ଷୁଦ୍ର ସୁନାମି ସୃଷ୍ଟି ହୋଇଥିଲା।
ଅଧିକ ବିଦେଶ ଖବର ପଢ଼ନ୍ତୁ