ଅର୍ଗସ ବ୍ୟୁରୋ : ଦୀର୍ଘ ବର୍ଷ ଧରି ଆନ୍ଦୋଳନରତ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀକୁ ସମାଧାନ କରିପାରିଲେ ନାହିଁ ରାଜ୍ୟ ସରକାର । ରାଜ୍ୟରେ ସବୁ ସମୟରେ ଶିକ୍ଷକମାନେ ସେମାନଙ୍କର ସର୍ବନିମ୍ନ ଅଧିକାରକୁ ନେଇ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଆଜି ରାଜ୍ୟର ୫୦ହଜାର ସ୍କୁଲରେ ତାଲା ପଡିଛି, ୧ଲକ୍ଷ ୩୦ହଜାର ଶିକ୍ଷକ ଆଜି ରାଜରାସ୍ତାରେ ନିଜ ଅଧିକାର ପାଇଁ ଲଢୁଛନ୍ତି ଏବଂ ରାଜ୍ୟର ୪୦ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଆଜି ଶିକ୍ଷକମାନଙ୍କର ଦରମା, ନିଯୁକ୍ତି, ପଦୋନ୍ନତିକୁ ନେଇ ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ ବିଜେଡି ସରକାର ନିଜେ ଦାୟୀ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଧ୍ୱସ୍ତବିଧ୍ୱସ୍ଥ ହୋଇପଡିଛି ଏବଂ ଏହା ଏକ ସରକାରୀ ପ୍ରାୟୋଜିତ ବିପର୍ଯ୍ୟୟ । ଅନ୍ୟ ପଟେ ରାଜ୍ୟ ସରକାର ରୂପାନ୍ତରଣ ନାମରେ ବ୍ୟାପକ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର । ଶିକ୍ଷକମାନଙ୍କ ଦାବି ସହ ଭାରତୀୟ ଜନତା ପାର୍ଟି ଏକମତ ଅଛି ବୋଲି ବିଧାୟକ ଶଙ୍କର ଓରାମ କହିଛନ୍ତି ।
ଅଧକ ପଢନ୍ତୁ ଓଡ଼ିଶା ଖବର
ନବୀନ ସରକାରରେ ଆଜି ସମାଜର ପ୍ରତ୍ୟେକ ଶ୍ରେଣୀ ଓ ବର୍ଗ ନ୍ୟାର୍ଯ୍ୟ ଅଧିକାର ପାଇଁ ରାଜରାସ୍ତାରେ ଆନ୍ଦୋଳନରତ । ହେଲିକପ୍ଟରରେ ରାଜ୍ୟ ସାରା ବୁଲି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ଶୁଣାଣୀ କରିଥିବା ରାଜ୍ୟ ସରକାରଙ୍କୁ ବିଧାନସଭା ସମ୍ମୁଖରେ ଧାରଣାରତ ହଜାର ହଜାର ସଂଖ୍ୟାର ଶିକ୍ଷକ ତଥା ଭିନ୍ନ ଭିନ୍ନ ଦାବି ନେଇ ଆନ୍ଦୋଳନକାରୀଙ୍କ ଅଭିଯୋଗ ଶୁଣିବାକୁ ସମୟ ନହେବା ଅତ୍ୟନ୍ତ ଲଜ୍ଜାଜନକ । ଶିକ୍ଷକଙ୍କ ଦାବିକୁ ବିଧାନସଭାରେ ଆଗତ କରିଥିଲୁ କିନ୍ତୁ ସରକାର କର୍ଣ୍ଣପାତ କଲେ ନାହିଁ । ରାଜ୍ୟ ସରକାର ପଳାୟନପନ୍ଥୀ ବୋଲି ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।
ଆଜି ଲୋଏର ପିଏମ୍ଜିଠାରେ ଧାରଣା ସ୍ଥଳରେ ଧାରଣା ଦେଇଥିବା ଶିକ୍ଷକମାନଙ୍କ ବିଜେପିର ବିଧାୟକମାନେ ଆଲୋଚନା କରି ସେମାନଙ୍କ ସମସ୍ତ ଦାବିକୁ ଶୁଣିଥିଲେ ଓ ତାହା ସମ୍ପୂର୍ଣ୍ଣ ଯଥାର୍ଥ ବୋଲି କହିବା ସହିତ ଏହାକୁ ପୂର୍ଣ୍ଣସମର୍ଥନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ବିଧାୟକ ଶ୍ରୀ ଓରାମ ଏବଂ ଶ୍ରୀ ସୂର୍ଯ୍ୟବଂଶୀଙ୍କ ସମେତ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ସହ ସଂଯୋଜକ ସୁଜିତ୍ କୁମାର ଦାସ୍, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।