ଯେମିତି ଆପଣ ଏହି ଭିଡିଓରେ ଦେଖିପାରୁଥିବେ । କେମିତି ସେ ପ୍ରତିଦିନ ସ୍କୁଲକୁ ଆସୁଥିବା ପିଲାଙ୍କୁ ଶ୍ରେଣୀଗୃହ ବାହାରେ ଛିଡା ହୋଇ ସ୍ୱାଗତ କରୁଛନ୍ତି । ସବୁ ପିଲାଙ୍କ ପ୍ରତି ତାଙ୍କର ସମାନ ବ୍ୟବହାର । ଯିଏ ଯେମିତି ଆସୁଛି ସେ ତାକୁ ସେମିତି ସ୍ୱାଗତ କରୁଛନ୍ତି । ପୁରା ଛୋଟ ଛୁଆଙ୍କ ଭଳି ନାଚି ଅଭିନୟ କରି ସ୍ୱାଗତ କରୁଛନ୍ତି ।
A good teacher will educate you. A great teacher will joyfully inspire you to grow. pic.twitter.com/lYm1SdSOOO — Vala Afshar (@ValaAfshar) September 25, 2022
ଥରେ ଭାବନ୍ତୁ ତ ସ୍କୁଲରେ ଏଣ୍ଟ୍ରି କଲାବେଳକୁ ଯଦି ପିଲାଙ୍କ ମୁଡ୍ ଏମିତି ରହିବ ତାହେଲେ କେତେ ସୁନ୍ଦର ଭାବରେ ସେମାନେ ପାଠ ଫଡିବେ । ଆଉ ମନେ ରଖିବେ । ଖାଲି ଯେ ଆକଟ କଲେ ପିଲା ପଢିବେ..ସେ ପରମ୍ପରା ଆଉ ନାହିଁ । ହସି, ଖେଳି ପଢାଇଲେ ସ୍କୁଲ ଆସିବାକୁ ଛୁଆ ଆଉ ଡରିବେନି । ବରଂ ସ୍କୁଲ ଯିବାକୁ ନିଜେ ଆଶିବାକୁ ଆଗ୍ରହ ଦେଖାଇବେ ।
ସ୍କୁଲରେ ପିଲେ ଖାଲି ପାଠ ପଢିବେ, ଏ କଥା କୋଉ ବହିରେ ଲେଖା ହେଇନି । ବରଂ ଏ କଥା ସମସ୍ତଙ୍କୁ କୁହାଯାଇଛି, ତୁମେ ମଣିଷ ଗଢ । ଶିଶୁଟିଏକୁ ଶିକ୍ଷିତ କରି ସମାଜର ଭଲ ପାଇଁ ସମର୍ପଣ କର । ଆଉ ଶିଶୁ ସହ ଶିଶୁ ହୋଇ ପାଠ ପଢାଅ । ଦେଖିବ ପଢା ବହିଠୁ ଅଧିକ ତୁମ ଭିତରର ଶିକ୍ଷକଙ୍କୁ ଚିହ୍ନିପାରିବ।
ଯାହା ଆପଣ ଏହି ଭିଡିଓରେ ଦେଖିପାରୁଥିବେ । କେମିତି ଜନି ଜନି ୟେସ୍ ପାପା ରାଇମ୍ସକୁ କି ସୁନ୍ଦର ତରିକାରେ ପିଲାଙ୍କୁ ଶିଖାଉଛନ୍ତି ଏହି ଶିକ୍ଷୟତ୍ରୀ । ଦିଦି ପଦିଏ କହିଲେ ଖୁସି ଖୁସିରେ ଆର ପଦ କହୁଛନ୍ତି ପିଲାଏ ।
ଯଦି ସବୁ ସ୍କୁଲରେ ପିଲାଙ୍କୁ ଏମିତି ପାଠ ପଢା ହେବ ତେବେ ପିଲା ଆଉ ସ୍କୁଲ ଆସିବାକୁ ଡରିବେନି..କି ପାଠ ପଢିବାକୁ ବି ଭୟ କରିବେନି ।
Hindi version of “johny johny yes papa” pic.twitter.com/lH2drJWQ9h — Educators of Bihar (@BiharTeacherCan) September 25, 2022