775ଟି ଆଇସିକ୍ରିମ କାଠିରେ ଦୁଇଦିନ ଲାଗି ବିଶ୍ୱଜିତ ଏହି ନିଆରା କଳାକୃତିଟି କରିଥିବା ବେଳେ ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ପୁରୀର କୁମୁଟିପାଟଣାର ବାସିନ୍ଦା ବଳରାମ ନାୟକଙ୍କ ପୁଅ ହେଉଛନ୍ତି ବିଶ୍ୱଜିତ ନାୟକ । ଇଂଜିନିୟରିଂ ଛାତ୍ର ବିଶ୍ୱଜିତ ପୂର୍ବରୁ ଆଇସିକ୍ରିମ କାଠିରେ ଅନେକ ଆକର୍ଷଣୀୟ କଳାକୃତି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ସାରିଛନ୍ତି।
775ଟି ଆଇସିକ୍ରିମ କାଠିରେ ଅଲମ୍ପିକ୍ସ ଷ୍ଟାଡିୟମ

ଅର୍ଗସ୍ ବ୍ୟୁରୋ : ଟୋକିଓରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍ସ । ଏଥିରେ ସାରା ବିଶ୍ୱରୁ ପ୍ରତିଯୋଗୀ ସାମିଲ ହେବେ । ଭାରତରୁ ମଧ୍ୟ ଏଥିରେ ବିଭିନ୍ନ ବର୍ଗର ପ୍ରତିଯୋଗୀ ମାନେ ସାମିଲ ହେବେ। ତେବେ ଏହି ଅବସରରେ ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ ଆଇସିକ୍ରିମ କାଠିରେ ଅଲମ୍ପିକ୍ସ ଷ୍ଟାଡିୟମ ପ୍ରତିକୃତି ତିଆରି କରି ଭାରତୀୟ ଟିମକୁ ଶୁଭେଚ୍ଛା ଦେଇଛନ୍ତି। ପାରାଲିମ୍ପିକ୍ସରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରୁ ଓ ଅନେକ ମେଡାଲ ଜିତୁ ବୋଲି ତାଙ୍କର ଶୁଭେଚ୍ଛା ବାର୍ତା ରହିଛି।
Download Argus News App
