ମହାକାଶରେ ତିଆରି ହେବ ହୋଟେଲ । 2026ରେ କାମ ଆରମ୍ଭ ହୋଇ 2027ରେ କାମ ସାରିବାକୁ ଲକ୍ଷ ରଖାଯାଇଛି । ଏହି ହୋଟେଲରେ ବସି ପୃଥିବୀକୁ ଦେଖିପାରିବେ ବ୍ୟକ୍ତି । 2025 ବେଳକୁ ହୋଟେଲରେ ରହିବାକୁ ଆଗ୍ରହୀ ବ୍ୟକ୍ତିଙ୍କ ବୁକିଂ ଆରମ୍ଭ କରାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।
ଅର୍ବିଟାଲ ଆସେମ୍ୱ୍ଲି ନାମକ ଏକ କମ୍ପାନୀ ଏହି ହୋଟେଲଟି ତିଆରି କରିବାର ଦାୟିତ୍ୱ ନେଇଛି । ମହାକାଶରେ ଥିବା ସ୍ପେସ୍ ଷ୍ଟେସନ୍ ର ସବୁ ପ୍ରକାର ସୁବିଧା ଏହି ହୋଟେଲରେ ରହିବ । ଇଚ୍ଛୁକ ବ୍ୟକ୍ତି ଏହି ହୋଟେଲରେ ରହିବା ପୂର୍ବରୁ ତାଙ୍କୁ ତାଲିମ ଦିଆଯିବ ।
ଏଠି ଏକାସାଙ୍ଗରେ 280 ଲୋକ ଓ 110 ଜଣ କର୍ମଚାରୀ ରହିବାର ବନ୍ଦୋବସ୍ତ ଓ ଉନ୍ନତ ଜ୍ଞାନକୌଶଳର ବ୍ୟବସ୍ଥା କରାଯାଇଛି । ଏହି ହୋଟେଲରେ ରହୁଥିବା ବ୍ୟକ୍ତି ମହାକାଶରୁ ଥାଇ ପୃଥିବୀକୁ ଓ ଅନ୍ୟାନ୍ୟ ଗ୍ରହ, ଉପଗ୍ରହକୁ ମଧ୍ୟ ଦେଖିପାରିବ ।
ଆହୁରି ପଢନ୍ତୁ ବିଦେଶ ଖବର...