୧୮୯୪ରେ ଜନ୍ମିତ ଏହି ମହାନ ଭାରତୀୟ ପଣ୍ଡିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ଐତିହାସିକ ଚରିତ୍ର । ଯିଏ କି ଏହି ବିଶ୍ୱବିଦ୍ୟାଳୟର ପ୍ରଥମ D.Phil. ଡିଗ୍ରୀଧାରୀ ବ୍ୟକ୍ତି। ହୁଏତ ଏ କଥା ଆମ ଭିତରକୁ ଅନେକକଙ୍କୁ ଜଣା ନ ଥିବ। କିନ୍ତୁ ଲକ୍ଷ୍ମଣଙ୍କ ନାମରେ ବିଶ୍ୱବିଦ୍ୟାଳୟର ଗୋଟିଏ କୋଠାର ନାମକରଣ ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ୧୯୨୦ ବେଳକୁ ସଂସ୍କୃତ ପ୍ରାଧ୍ୟାପକ ଭାବେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ।
ଜଣେ ଭାରତୀୟଙ୍କ ନାମରେ ଗୋଟିଏ ବିଦେଶୀ ବିଶ୍ୱବିଦ୍ୟାଳୟ ନିଜ କୋଠାକୁ ନାମିତ କରିଥିବାରୁ ଭାରତୀୟ ଭାବେ ଏହା ଆମ ସମସ୍ତଙ୍କୁ ଗର୍ବିତ କରିଛି।
ଅକ୍ସଫୋର୍ଡରେ, ୧୯୧୯ ମସିହାରେ ଡ. ଲକ୍ଷ୍ମଣ ପ୍ରଥମ D.Phil ଉପାଧୀରେ ଭୁଷିତ ହୋଇଥିଲେ। ନିଜ ଗବେଷଣା ସନ୍ଧର୍ଭ ‘ୟାସ୍କଚାର୍ଯ୍ୟଙ୍କ ନିରୁକ୍ତ’ ସଂସ୍କୃତ କାବ୍ୟଖଣ୍ଡ ପାଇଁ ତାଙ୍କଚ ମିଳିଥିଲା ଏହି ଉପାଧୀ। ୭୦୦ରୁ ୫୦୦ ଖ୍ରୀଷ୍ଟପୂର୍ବରୁ ଲିଖିତ ଏହି ପୁସ୍ତକରେ ଶବ୍ଦ ବିଶେଷର ଉତ୍ପତ୍ତି ବାବଦରେ ଲେଖା ରହିଛି। ତତ୍କାଳୀନ ବ୍ରିଟିସ୍ ସଂସ୍କୃତ ଗବେଷଣ ଅର୍ଥର ମ୍ୟାକଡୋନାଲ ଲକ୍ଷ୍ମଣଙ୍କ ଗବେଷଣା ସନ୍ଦର୍ଭକୁ ପଢି ଉଚ୍ଚପ୍ରଶଂସା କରିଥିଲେ।