ବାୟୁସେନାର ଶକ୍ତି କଳନା କଲେ ଆମେରିକା, ଚୀନ୍, ଋଷ ପରେ ଚତୁର୍ଥ ନମ୍ବରରେ ଆସୁଛି ଭାରତ । ପାକିସ୍ତାନ ବାୟୁସେନାର ସ୍ଥାନ ୮ମରେ । କିନ୍ତୁ ଭାରତୀୟ ବାୟୁସେନାରେ ଅଛନ୍ତି ଅଭିନନ୍ଦନଙ୍କ ଭଳି ବୀର ଯିଏ ପୁରୁଣା ମିଗ ବିମାନ ବ୍ୟବହାର କରି ପାକିସ୍ତାନର ଏଫ-୧୬ ବିମାନ ଖସାଇ ପାରନ୍ତି । ଚାଲନ୍ତୁ ତୁଳନା କରିବା ଦୁଇ ଦେଶର ବାୟୁସେନାର ଶକ୍ତିକୁ ।
୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । କିନ୍ତୁ ପାକିସ୍ତାନ ବାୟୁସେନା ଗଠନ ହୋଇଥିଲା ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ।
ଭାରତୀୟ ବାୟୁସେନା ପାଖରେ ୧୭୦,୫୭୬ ସକ୍ରିୟ ସୈନିକଙ୍କ ସହ ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି । ଭାରତ ପାଖରେ ଅଛି ୧୯୨୬ରୁ ଅଧିକ ଏୟାରକ୍ରାପ୍ଟ । ପାକିସ୍ତାନ ବାୟୁସେନାର ଶକ୍ତି ଏହାର ଅଧା ଠାରୁ କମ । ପାକ ବାୟୁସେନାରେ ଅଛନ୍ତି ୭୦ ହଜାର ସକ୍ରିୟ ସୈନ୍ୟ, ୮ହଜାର ରିଜର୍ଭ ଫୋର୍ସ । ପାକିସ୍ତାନ ପାଖରେ ଅଛି ମାତ୍ର ୯୭୦ ଏୟାରକ୍ରାପ୍ଟ । ଯଦି ଆମେ ଫାଇଟର୍ ଜେଟ୍ କଥା କହିବା, ଭାରତ ପାଖରେ ଅଛି ଋଷ ନିର୍ମିତ ୨୮୩ଟି ସୁଖୋଇ-୩୦ ଏକେଆଇ ବିମାନ । ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ଖରାପରଉ ଖରାପ ପାଗରେ ବି ଯୁଦ୍ଧ ଲଢିବା ପାଇଁ ସକ୍ଷମ । ମଲ୍ଟି ରୋଲ ଫାଇଟର୍ ଜେଟ୍ କଥା ଯଦି କହିବା ତେବେ ଭାରତର ଶକ୍ତି ହେଉଛନ୍ତି ୩୬ଟି ଡାସଲ୍ଟ ରାଫେଲ ଫାଇଟର ଏୟାରକ୍ରାପ୍ଟ, ୬୯ଟି ମିକୋୟାନ୍ ମିଗ୍-୨୯, ୫୯ ମିରାଜ । ଏହା ବ୍ୟତିତ ୧୨୩ଟି ତେଜସ ଯୁଦ୍ଧ ବିମାନ ଅର୍ଡର ଦିଆଯାଇଛି । ଏବେ ଭାରତ ପାଖରେ ଅଛି ୫ଟି ତେଜସ୍, ୧୩୯ ସେପରକ୍ୟାଟ୍ ଜାଗୁଆର୍ ଏବଂ ୧୨୫ଟି ମିଗ୍-୨୧ ବାଇସନ୍ ଏୟାରକ୍ରାପ୍ଟ ।
ପାକିସ୍ତାନ୍ ପାଖରେ ଆମେରିକା ତିଆରି ୭୫ଟି ଏଫ୍-୧୬, ୧୩୪ ଚୀନ ନିର୍ମିତ ଜେଏଫ୍-୧୭ ଯୁଦ୍ଧ ବିମାନ ରହିଛି । ଏହାଛଡା ୮୦ଟି ମିରାଜ-୩ ଫାଇଟର ଜେଟ୍, ୯୦ଟି ମିରାଜ୍-୫, ଏବଂ ୧୪୦ଟି ଏଫ୍-୭ ପିଜି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । କିନ୍ତୁ ଏଥି ମଧ୍ୟରୁ ଏଫ୍-୧୬ ଏବଂ ଏଫ୍-୧୭କୁ ଛାଡିଦେଲେ ଆଉ କୌଣସି ଯୁଦ୍ଧ ବିମାନ ମଲ୍ଟି ରୋଲ ଫାଇଟର ଜେଟ୍ ନୁହେଁ । କାଙ୍ଗାଳ ପାକିସ୍ତାନ ପାଖରେ ଏହି ବିମାନ ଗୁଡିକର ମେଣ୍ଟେନାନସ କରିବାକୁ ପଇସା ନାହିଁ ।
ଫିକ୍ସଡ ୱିଂଗ୍ସ ଏୟାରକ୍ରାପ୍ଟ କଥା କୁହାଗଲେ, ଭାରତ ତୁଳନାରେ ପାକିସ୍ତାନ ବହୁତ ପଛରେ । ପାକିସ୍ତାନ ପାଖରେ କୌଣସି କମ୍ବାଟ ହେଲିକପ୍ଟର ନାହିଁ । କିନ୍ତୁ ଭାରତୀୟ ବାୟୁସେନା ପାଖରେ ୨୨ଟି ଆପାଚେ ଆଟାକ୍ ହେଲିକପ୍ଟର, ୬୮ଟି ଏଚଏଲ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର, ୧୫ ଚିନୁଖ୍ ହେବି ଲିପ୍ଟ ହେଲିକପ୍ଟର, ୧୫୦ଟି ଏମଆଇ-୧୭ ବି ଚପର ରହିଛି । ଯେତେ ଚେଷ୍ଟା କଲେବି, ଚୀନ ଠାରୁ ଯେତେ ଭିକ ଆଣିଲେ ବି ଭାରତୀୟ ବାୟୁସେନାର ସମକକ୍ଷ ହୋଇ ପାରିବନି ପାକ ବାୟୁସେନା ।