ଜଣେ ଅଧିକାରୀ କହିଛନ୍ତି ଯେ, ଡ୍ରୋନ୍ ଦ୍ବାରା କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ମାଦକ ପଦାର୍ଥ ପକାଯାଇଛି କି ନାହିଁ ସଂପୃକ୍ତ ଅଞ୍ଚଳରେ ସେନେଇ ବ୍ୟାପକ ଛାନଭିନ୍ କରାଯାଉଛି । ବିଏସଏଫର ଉପ ମହାନୀରିକ୍ଷକ ଏସପି ସନ୍ଧୁ କହିଛନ୍ତି ଯେ, ଶନିବାର ଭୋରରୁ ବିଏସଏଫ ଯବାନମାନେ ଅଧିକାରୀଙ୍କ ଅନୁସାରେ ବିଏସଏଫ ଯବାନ ଭୋର ପ୍ରାୟ ୪ଟା ୪୫ ମିନିଟ୍ ସମୟରେ ପାକିସ୍ତାନ ଡ୍ରୋନ୍କୁ ଦେଖିଥିଲେ ।
ତାହାକୁ ତଳକୁ ଖସାଇବା ପାଇଁ ପ୍ରାୟ ୮ଟି ଗୁଳି ଚଳାଇଥିଲେ । ଡ୍ରୋନ୍ଟି ସେହିଠାରେ କିଛି ସମୟ ଘୁରିବା ପରେ ଫେରିଯାଇଥିଲା । ଏହାପରେ ସଂପୃକ୍ତ ଅଞ୍ଚଳରେ ଛାନଭିନ୍ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ ୭ ଦିନ ମଧ୍ୟରେ ଏହା ଦ୍ବିତୀୟ ଘଟଣା । ମେ' ୭ ତାରିଖରେ ଏହି ଅଞ୍ଚଳରେ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନ୍ ଉପରକୁ ଗୁଳି ମାଡ କରିଥିଲେ ।