କେବଳ ଏତିକି ନୁହେଁ ଦେଶର ଅନେକ ପେଟ୍ରୋଲ ପମ୍ପରେ ଖୁବ କମ ପରିମାଣରେ ତେଲ ରହିଛି । କେବଳ ପେଟ୍ରୋଲ ଓ ଡିଜେଲ ଦର ନୁହେଁ । କିରୋସିନ ଓ ଲାଇଟ ଡିଜେଲ ଦାମ ଲିଟର ପିଛା ୧୮ ଟଙ୍କା ବୃଦ୍ଧି ପାଇଛି । ଫଳରେ ଏବେ ପାକିସ୍ତାନରେ କିରୋସିନ ଦାମ୧୮୯ ଟଙ୍କା ଓ ଲାଇଟ ଡିଜେଲ ର ଦାମ ୧୮୭ ଟଙ୍କାକୁ ବୃଦ୍ଧି ପାଇଛି ।ଆଉ ଏବେ ପାକିସ୍ତାନ ଯଦି ଆଇଏମଏଫର ସର୍ତ୍ତ ଗ୍ରହଣ କଲେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ଆଉ ୪୦ଟଙ୍କା ବଢିବ ।
କିରୋସିନ ଦାମ ବି ଆଉ ୧୮ ଟଙ୍କା ବଢିବ । ଲୋକେ ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଧାଡି ଲଗାଉଥିବା ବେଳେ ପାକିସ୍ତାନକୁ ବିଦେଶରୁ ତେଲ ଆଣିବା ଲାଗି ବିପୁଳ ଅର୍ଥ ଵ୍ୟୟ କରିବାକୁ ପଡୁଛି । ଏବେ ପାକିସ୍ତାନ ଆଇଏମଏଫର ସର୍ତ୍ତ ଗ୍ରହଣ କରିବାକୁ ରାଜି ଅଛି । ଚଳିତମାସ ୩୧ରୁ ଆସନ୍ତା ମାସ ୯ ତାରିଖ ଯାଏ ଆଇଏମଏଫର ଅଧିକାରୀମାନେ ଇସଲାମାନାଦ ଆସି ସର୍ତ୍ତାବଳୀ କାର୍ଯକାରୀ କରିବା ନେଇ ଆଲୋଚନା କରିବେ ।