ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଇଏମଏଫ ଓ ଅନ୍ୟ ଦେଶଗୁଡିକରୁ ଆର୍ଥିକ ସହାୟତା ନମିଳିବା କାରଣରୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଦ୍ରୁତ ବେଗରେ ହ୍ରାସ ପାଉଛି । ଏହା ସହ ବାଣିଜ୍ୟିକ କ୍ଷତି ଚାପରେ ପାକ ମୁଦ୍ରା ନିଜ ମହତ୍ତ୍ଵ ହରାଉଛି ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ଇମରାନ ଖାନ ସରକାରକୁ ଦେବାକୁ ଥିବା ୬୦୦ କୋଟି ଡଲାରର ଆର୍ଥିକ ପ୍ୟାକେଜକୁ ଅଟକାଇ ଦେଇଥିଲା । ଆଇଏମଏଫ୍ ପାକିସ୍ତାନକୁ ଇନ୍ଧନ ଓ ବିଦ୍ୟୁତ୍ ସବସିଡି ପ୍ରତ୍ୟାହାର କରିବା ଲାଗି କହିଥିଲା । ପାକିସ୍ତାନର ନୂଆ ସରକାର ବି ସବସିଡି ହଟାଇବା ସପକ୍ଷରେ ନାହିଁ । ତେଣୁ ଆଇଏମଫ ରୁ ପାକିସ୍ତାନକୁ ଆର୍ଥିକ ପ୍ୟାକେଜ ମିଳିବା ଆଶା କ୍ଷୀଣ ।
ପାକିସ୍ତାନ ଲଗାତାର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହା ମଧ୍ୟରେ ଦେଶର କରେଂତ ଏକାଉଣ୍ଟ ଡେଫିସିଟ ୨୫୬ କୋଟି ଡଲାରରେ ପହଞ୍ଚି ଯାଇଛି । ଅନ୍ୟପଟେ , ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇ ଏପ୍ରିଲ ୨୩ ସୁଦ୍ଧା ୧୦୫୫.୮ କୋଟି ଡଲାରରେ ପହଞ୍ଚିଛି । ପାକିସ୍ତାନରେ ଶସ୍ୟ ଉତ୍ପାଦନ ବି ହ୍ରାସ ପାଇଛି । ଏବର୍ଷ ଗହମ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟଠାରୁ ୩୦ ଲକ୍ଷ ଟନ୍ କମ ହୋଇଛି । ରୁଷ-ୟୁକ୍ରେନ ଯୁଦ୍ଧ ପରେ ଖଣିଜ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସାଜିଛି ।
ପାକିସ୍ତାନରେ ଏବେ ଶ୍ରୀଲଙ୍କା ପରିସ୍ଥିତି । ବାପା ମା’ ଛୋଟ ପିଲାଙ୍କୁ ଚକଲେଟ ଦେବା କଷ୍ଟକର, କାରଣ ଏଠି ଦେଶର ଦୁର୍ଦ୍ଦଶା ସୁଧାରିବା ପାଇଁ ଚକଲେଟ୍ ଉପରେ ଟ୍ୟାକ୍ସ ଲାଗିଛି । ଅଧିକାଂଶ ପାକିସ୍ତାନୀଙ୍କ ଅଣ୍ଟିରେ ଟଙ୍କା ନାହିଁ । ଯଦିବା କାହା ପାଖରେ ଟଙ୍କା ଅଛି, ତାହାର ବଜାରରେ ଭାଉ ନାହିଁ ।
ଆହୁରି ଅଧିକ ବିଦେଶ ଖବର ପଢନ୍ତୁ...