ସବୁଠାରୁ ବଡ଼କଥା ଅନ୍ତର୍ଜାତୀୟ ବଜାରରେ ପାକିସ୍ତାନର ଇଜ୍ଜତ ଯେମିତି ଖସି ଚାଲିଛି, ଠିକ୍ ସେମିତି ପାକିସ୍ତାନୀ ମୁଦ୍ରାର ଅବସ୍ଥା । ଡଲାର ତୁଳନାରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ୨୫୫କୁ ଖସିଛି । ଯାହାଫଳରେ ପାକିସ୍ତାନରେ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ ଆକାଶଛୁଆଁ ହୋଇଛି । ୨୫ ଜାନୁଆରୀରେ ଡଲାର ପିଛା ପାକିସ୍ତାନୀ ମୁଦ୍ରାର ମୂଲ୍ୟ ୨୩୦ ଥିଲା। ହେଲେ ଗୋଟିଏ ଦିନପରେ ଏହା ଖସି ୨୫୫କୁ ପହଞ୍ଚିଥିଲା ।
ଏଣେ ଋଣଗ୍ରସ୍ତ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ପୂରା ଖାଲି ହୋଇସାରିଛି । ଏବେ ପାକିସ୍ତାନ ତା ଅର୍ଥନୀତିକୁ ସୁଧାରିବା ପାଇଁ ଆଇଏମଏଫକୁ ଚାହିଁ ରହିଛି । ଆଇଏମଏଫରୁ ଋଣ ଆଣି ପାକିସ୍ତାନ ତାର ଅର୍ଥନୀତିକୁ ସୁଧାରିବାକୁ ଚେଷ୍ଟା କରିବ । ହେଲେ ଆଇଏମଏଫର କଠିନ ସର୍ତ୍ତ ଆଗରେ ପାକିସ୍ତାନ ପୁଣି କ୍ଷତି ସହିବ। ଅନ୍ୟପଟେ ପାକିସ୍ତାନର ଦୟନୀୟ ସ୍ଥିତି ଦେଖି ଅନ୍ୟ କୌଣସି ଦେଶ ପାକିସ୍ତାନକୁ ଋଣ ଦେବାକୁ ନାକ ଟେକୁଛନ୍ତି ।
ବିଦେଶ ଖବର ଆହୁରି ପଢନ୍ତୁ ।