ସ୍ବାଭାବିକଠାରୁ ୧୦ ଗୁଣ ଅଧିକ ବର୍ଷା ଯୋଗୁଁ ପାକିସ୍ତାନରେ ନାହିଁ ନଥିବା କ୍ଷୟକ୍ଷତି ଘଟିଛି । ତେବେ ବନ୍ୟା ପାଇଁ ଦେଶର ସବୁଠାରୁ ବଡ ହ୍ରଦ ମଞ୍ଚାର ହ୍ରଦକୁ ଭାଙ୍ଗିବାକୁ ପଡିଛି । ଏହି ହ୍ରଦ ଏତେ ପାଣିରେ ପରିପୂର୍ଣ୍ଣ ଥିଲା ଯେ ଏହାର ବନ୍ଧ ଫାଟିଯିବାର ବିପଦ ଥିଲା । ହ୍ରଦର ଜଳସ୍ତର ବିପଜ୍ଜନକ ସ୍ତର ଅତିକ୍ରମ କରିଥିବାରୁ ଦକ୍ଷିଣ ସିନ୍ଧର ୫୦ ଲକ୍ଷ ଲୋକ ବିପଦରେ ପଡ଼ିଥିଲେ। ଆଉ ଏଥିପାଇଁ ଏହି ହ୍ରଦ ଭଙ୍ଗାଯାଇଛି ।
ତେବେ ହ୍ରଦ ଭାଙ୍ଗିବା ହେତୁ ଏକ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ବିସ୍ଥାପିତ ଲୋକଙ୍କୁ ଶିବିରରେ ରଖାଯାଇଛି । ପାକିସ୍ତାନ ଇତିହାସରେ କେବେ ବି ଏତେ ବଡ଼ ବନ୍ୟା ଦେଖାଦେଇ ନଥିଲା । ସୂଚନା ଅନୁସାରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ପାକିସ୍ତାନ ସରକାରଙ୍କୁ ପ୍ରାୟ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ବିଦେଶ ଖବର ଆହୁରି ପଢନ୍ତୁ ।