ପାକିସ୍ତାନର ଫାଇନାନ୍ସ ଡିଭିଜନ ପକ୍ଷରୁ ପେଟ୍ରୋଲ ଡିଜେଲର ମୂଲ୍ୟରେ ରେକର୍ଡ ବୃଦ୍ଧିର କାରଣ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ଖୁବ ହ୍ରାସ ପାଇବା ବୋଲି କୁହାଯାଉଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନରେ ବର୍ତମାନ ବିଦେଶୀ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରା ଖୁବ କମ ମାତ୍ରାରେ ରହିଛି । ତେଣୁ ବିଦେଶରୁ ଆମଦାନୀ ଉପରେ ଏହାର ପ୍ରଭାବ ପଡୁଛି । ଦରଦାମ ବଢିବାରେ ଲାଗିଛି । ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ପାକିସ୍ତାନକୁ ଋଣ ପ୍ରଦାନ କରୁ ନାହିଁ। ଋଣ ପ୍ରଦାନ କରିବାକୁ ଆଇଏମଏଫ ପାକିସ୍ତାନ ସମ୍ମୁଖରେ କଡା ସର୍ତ ରଖିଥିଲା । ଏଥିରେ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରିବାର ସର୍ତ ମଧ୍ୟ ସାମିଲ ରହିଥିଲା ।
ପାକିସ୍ତାନର ଶାହବାଜ ଶରିଫ ସରକାର ଗତ ସପ୍ତାହ ଘୋଷଣା କରିଥି୍ଲେ ଯେ ସରକାର ଆଇଏମଏଫର ବେଲ ଆଉଟ ପ୍ୟାକେଜକୁ ଅନ ଲକ କରିବାକୁ ଚାରି ମାସ ପାଇଁ ମୋଟ 170 ବିଲିୟନ ପାକିସ୍ତାନୀ ଟଙ୍କା ଯୋଗାଡ କରିବାକୁ ଏକ ମିନି ବଜେଟ ଆଗତ କରିବ । ଏହି କାରଣରୁ ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ ଗତ ଫେବୃଆରୀ 15 ତାରିଖ ଦିନ ମିନି ବଜେଟ ଆଗତ କରାଯାଇଥିଲା । ଏହି ବଜେଟରେ ଅନେକ ପ୍ରକାରର ଟ୍ୟାକ୍ସରେ ବୃଦ୍ଧି କରାଯାଇଛି । ଏହାର ଭାର ପାକିସ୍ତାନର ବେଲଗାମ ହେଉଥିବା ଦରଦାମ ବୃଦ୍ଧି ଉପରେ ଆହୁରି ପଡିଛି। ପାକିସ୍ତାନର ସାଧାରଣ ଲୋକ ଏହା ଦ୍ୱାରା ଆହୁରି ଆଗାମୀ ଦିନରେ ପେଶି ହେବେ ବୋଲି ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ: ପାକିସ୍ତାନର ପରମ ମିତ୍ର ଚୀନ ଦେଖାଇଲା ଅସଲ ରଙ୍ଗ
ପାକିସ୍ତାନରେ କେବଳ ପେଟ୍ରୋଲ ହିଁ ନୁହେଁ ଅନ୍ୟ ସମସ୍ତ ସାମଗ୍ରୀ ଯେପରି କିରୋସିନି, ଲାଇଟ ଡିଜେଲ, ହାଇ ସ୍ପିଡ ଡିଜେଲ ଆଦିର ଦାମ ମଧ୍ୟ ବଢା ଯାଇଛି। ଏହା ଦ୍ୱାରା ପାକିସ୍ତାନରେ ଦରଦାମ ବୃଦ୍ଧି ଆହୁରି ବଢିବ ବୋଲି ଆକଳନ କରାଯାଉଛି । ମୁଡି ଆନାଲିଟିକ୍ସର ସିନିୟର ଇକୋନମିଷ୍ଟ କ୍ୟାଟରିନା ଏଲ କହିଛନ୍ତି ଯେ 2023 ମସିହା ଜୁନ ମାସ ସୁଦ୍ଧା ପାକିସ୍ତାନର ମୁଦ୍ରାସ୍ଫିତି ରେକର୍ଡ 33 ପ୍ରତିଶତରେ ପହଂଚି ଯିବ।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ