ଖବର ଅନୁଯାୟୀ, ଅଗଷ୍ଟରେ ଆତଙ୍କବାଦ ନିରୋଧୀ କୋର୍ଟ ଜମାତ-ଉଦ-ଦାୱା ଏବଂ କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ନିକଟତର ତିନିଜଣ ନେତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଲାହୋର ପ୍ରଫେସର ମଲିକ ଜାଫର ଇକବାଲ ଏବଂ ଶେଖପୁରାର ଅବଦୁଲ ସଲାମଙ୍କୁ 16-16 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବିଭିନ୍ନ ମାମଲାରେ ଉଭୟଙ୍କୁ 16-16 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଲଶ୍କର-ଏ-ତଇବାର ପ୍ରତିଷ୍ଠାତା ହେଉଛି ହାଫିଜ ସଇଦ। ପାକିସ୍ତାନରେ ସେ ଜମାତ-ଉଦ-ଦାୱା ନାମକ ଏକ ସଂଗଠନ ଚଳାଉଛି। 2008 ମୁମ୍ବାଇ ବିସ୍ଫୋରଣରେ ସଇଦ ହେଉଛି ମାଷ୍ଟରମାଇଣ୍ଡ। ଦୀର୍ଘ ଦିନ ଧରି ଭାରତ ହାଫିଜ ସଇଦକୁ ଖୋଜୁଥିଲା। ସଇଦ ମୁଣ୍ଡରେ ଆମେରିକା ଏକ ମିଲିୟନ ଡଲାର (ପ୍ରାୟ 70 କୋଟି) ପୁରସ୍କାର ଘୋଷଣା କରିଥିଲା। ତେବେ ପାକିସ୍ତାନ ହାଫିଜକୁ ଗିରଫ କରିଥିଲା କି ନାହିଁ ତା ଉପରେ ଭାରତ ସନ୍ଦେହ ପ୍ରକଟ କରିଥିଲା। ଏବେ ପାକିସ୍ତାନକୁ ବିଭିନ୍ନ ଦେଶ ଆର୍ଥିକ ରୋକ ଲଗାଉଥିବାରୁ ଏପରି ନିଷ୍ପତି ନେଉଥିବା ଚର୍ଚ୍ଚା ହେଉଛି।
ଭାରତର ନିର୍ଦ୍ଦେଶ ଅନୁଯାୟୀ ଇଣ୍ଟରପୋଲ ଅଗଷ୍ଟ 25, 2009 ରେ ହାଫିଜ ସଇଦ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା, କିନ୍ତୁ ସେ ପାକିସ୍ତାନରେ ମୁକ୍ତ ଭାବରେ ଗତି କରୁଥିବା ଦେଖାଯାଇଥିଲା। 2017 ଆରମ୍ଭରେ, ପାକିସ୍ତାନ ସରକାର ଜମାତ-ଉଦ-ଦାୱା ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଏହି ସମୟରେ ତାକୁ ଗିରଫ କରାଯାଇଥିଲା। ପରେ ସଇଦକୁ ନଭେମ୍ବର 2017 ରେ ମୁକ୍ତ କରାଯାଇଥିଲା।