ଟୁଇଟ୍ କରି ଲେଖିଛି, “ରେଞ୍ଜର୍ସ ଯବାନମାନେ ଆହତ ଇମ୍ରାନ୍ ଖାନଙ୍କୁ ନିର୍ମମ ଭାବେ ଠେଲି ଦେଲେ । ଆମ ଦେଶର ଲୋକଙ୍କୁ ବଞ୍ଚାଇବାର ଏହା ଶେଷ ସମୟ। ଏହାପରେ ଆଉ କୌଣସି ସୁଯୋଗ ମିଳିବ ନାହିଁ।“
ସୂଚନାଯୋଗ୍ୟ, ଇମ୍ରାନ ଖାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଇସଲାମାବାଦ ହାଇକୋର୍ଟ ବାହାରୁ ଗିରଫ କରିଛି। ପିଟିଆଇର ଓକିଲ ଫୈଜଲ ଚୌଧୁରୀ ଏହି ଗିରଫଦାରୀ କଥାକୁ ସାର୍ବଜନୀନ କରିଛନ୍ତି।
ସୂଚନାଯୋଗ୍ୟ, ବିନା ପ୍ରମାଣରେ କାର୍ଯ୍ୟରତ ଆଇଏସଆଇ ଅଧିକାରୀଙ୍କ ବିରୋଧରେ ଅତ୍ୟନ୍ତ ଦାୟିତ୍ୱହୀନ ଓ ଭିତ୍ତିହୀନ ଅଭିଯୋଗ ଆଣିଥିଲେ ଇମ୍ରାନ୍। ଯାହାକୁ ନେଇ ପାକିସ୍ତାନ ସେନା ଇମ୍ରାନ ଖାନଙ୍କୁ ନିନ୍ଦା କରିଥିଲା । ଏହାର ଦିନକ ପରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି ।
#VIDEO: #Pakistan's former Prime Minister Imran Khan arrested pic.twitter.com/TQ4O4S41Ck — Saudi Gazette (@Saudi_Gazette) May 9, 2023