ବିଶ୍ୱାସ ନେହେଲ ବି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଇଟାଲୀରେ । ବ୍ରେନ ଟ୍ୟୁମରରେ ପୀଡିତ ଏହି ରୋଗୀଙ୍କ ବୟସ 35 ବର୍ଷ । ରୋମ୍ ର ପେଡିୟା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଜିଜେଡ୍ ନାମକ ଏହି ବ୍ୟକ୍ତିଙ୍କର ବ୍ରେନ ସର୍ଜରୀ ହୋଇଛି । ସର୍ଜରୀ ସଫଳ ହେବା ସହ ତାଙ୍କୁ ହସ୍ପିଟାଲରୁ ରିଲିଜ୍ ମଧ୍ୟ କରାଯାଇଛି।
ତେବେ ରୋଗୀ ଜଣଙ୍କ ଏପରି ବ୍ୟବହାର କାହିଁକି କରୁଥିଲେ ତାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି । ତେବେ ହସ୍ପିଟାଲ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ରୋଗୀଙ୍କ ସ୍ନାୟବିକ କାର୍ଯ୍ୟକଳାପରେ କୌଣସି ସାଲିସ ହେଉନାହିଁ ବୋଲି ନିଶ୍ଚିତ କରିବାକୁ ଡାକ୍ତରମାନେ ସର୍ଜରୀ ସମୟରେ ତାଙ୍କୁ ଚେତାରେ ରଖିଥିଲେ ।
ସର୍ଜରୀ ପୂର୍ବରୁ ଜିଜେଡ୍ କହିଥିଲେ ଯେ, ସେ ଜଣେ ମ୍ୟୁଜିସିଆନ । ଆଉ ଏହା ଜାଣିବା ପରେ ଡାକ୍ତରମାନେ ତାଙ୍କୁ ଗୀତ ବଜାଇବାକୁ କହିଥିଲେ । ଆଉ ସେ ମଧ୍ୟ 9 ଘଣ୍ଟାର ସର୍ଜରୀରେ ଏକ ଲଭ ଷ୍ଟୋରୀ ଓ ଜାତୀୟ ସଙ୍ଗୀତ ବଜାଇଥିଲେ । ବ୍ରେନ ଟ୍ୟୁମରକୁ ହଟାଇବାକୁ ଜାଗ୍ରତ ସର୍ଜରୀରେ ଉଦ୍ଦେଶ୍ୟ ହେଉଛି ରୋଗୀର ଜୀବନର ଗୁଣବତ୍ତାକୁ ସଂରକ୍ଷିତ ରଖିବା । ଯେଉଁଥିପାଇଁ ଡାକ୍ତର ତାଙ୍କୁ ଚେତାରେ ରଖିଥିଲେ ବୋଲି ପ୍ରେସ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ।
ବିଦେଶ ଖବର ଆହୁରି ପଢନ୍ତୁ ।