ଚୀନ କେନିଆର ସ୍ଥାନୀୟ ଟ୍ରେ଼ଡର୍ସ ମାନଙ୍କ ବିରୁଦ୍ଧରେ ଭୟଙ୍କର ଷଡଯନ୍ତ୍ର କରୁଛି । ଚୀନର ବ୍ୟବସାୟୀ ଓ କମ୍ପାନୀ ମାନେ କେନିଆରେ ପ୍ରବେଶ କରି ସ୍ଥାନୀୟ ଟ୍ରେଡର୍ସ ମାନଙ୍କୁ ବଜାରରୁ ବାହାର କରିବାକୁ ବଡ ଧରଣର ଷଡଯନ୍ତ୍ର କରିଛନ୍ତି । ଚୀନର ଟ୍ରେଡର୍ସ ମାନେ କେନିଆରେ ସେମାନଙ୍କର ଜିନିଷକୁ 45 ପ୍ରତିଶତ ଶସ୍ତା ବିକ୍ରୀ କରୁଛନ୍ତି । ଏହା ଫଳରେ କେନିଆର ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ଖୁବ କ୍ଷତି ହେଉଛି । ଚୀନର ଟ୍ରେଡର୍ସ ଓ କମ୍ପାନୀ ମାନଙ୍କର ଏପରି କରିବାର ଉଦ୍ଦେଶ୍ୟ ହେଲା ଯେ ଏଭଳି ଶସ୍ତା ଦାମରେ ଜିନିଷ ବିକ୍ରୀ କଲେ କିଛି ମାସ ବା କିଛି ବର୍ଷ ଭିତରେ କେନିଆର ସ୍ଥାନୀୟ ଟ୍ରେ଼ଡର ମାନେ ବଜାରରୁ ବାହାର ହୋଇଯିବେ । ଏହା ପରେ ସେଠାରେ କେବଳ ଚୀନର ଟ୍ରେଡର ମାନେ ହିଁ ରହିବେ । ଚୀନର ଟ୍ରେଡର ମାନଙ୍କର କେନିଆର ବଜାର ଉପରେ ଏକାଧିକାର ସ୍ଥାପିତ ହୋଇଯିବ । ଏହି ଯୋଜନା ଓ ରଣନୀତି ନେଇ ଚୀନର ବଡ ବଡ ଟ୍ରେଡିଂ କମ୍ପାନୀ କେନିଆରେ କାମ ଆରମ୍ଭ କରି ଦେଇଛନ୍ତି ।
ଆଫ୍ରିକାନ ନ୍ୟୁଜର ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ କେବଳ କେନିଆରେ ନୁହେଁ ବରଂ ଆଫ୍ରିକାର ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଏଭଳି ଷଡଯନ୍ତ୍ର ରଚୁଛି । ଚୀନର ଏକମାତ୍ର ଉଦ୍ଦେଶ୍ୟ ହେଲା ଯେ ଏହି ଦେଶ ମାନଙ୍କରୁ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ବାହାର କରି ସେହି ଦେଶର ବଜାର ଉପରେ ଚୀନର ଟ୍ରେଡିଂ କମ୍ପାନୀ ଗୁଡିକର ଏକାଧିକାର ସ୍ଥାପିତ କରିବା । କେନିଆରେ ଚୀନ ଚାଇନିଜ ସ୍କ୍ୱେୟାର ନାମରେ ଏକ ବିଜନେସ ଆଉଟଲେଟ ଖୋଲିଛି । ଆଫ୍ରିକାର ଲୋକ ମାନଙ୍କ ପାଇଁ ଏହା କୌଣସି ମଲ ଠାରୁ କମ ନୁହେଁ । ଏଠାରେ ସ୍ଥାନୀୟ ବଜାର ଠାରୁ 45 ପ୍ରତିଶତ କମ ମୂଲ୍ୟରେ ଜିନିଷ ବିକ୍ରୀ କରାଯାଉଛି । ଏହି କାରଣରୁ କେନିଆର ସାଧାରଣ ଲୋକ ମାନେ ଏଠାକୁ ପ୍ରବଳ ସଂଖ୍ୟାରେ ଯାଉଛନ୍ତି ।
ଚୀନର ଜିନିଷ ଗୁଡିକ ଶସ୍ତା ହେଲେ ଏଗୁଡିକର କ୍ୱାଲିଟି ସେତେ ଭଲ ନୁହେଁ। ଏହା ସତ୍ୱେ ସୁନ୍ଦର ପ୍ୟାକିଂ ଓ କମ ମୂଲ୍ୟ ପାଇଁ ଲୋକ ମାନେ ଏଥିରେ ଫସି ଯାଉଛନ୍ତି । ଏହି କାରଣରୁ କେନିଆର ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ଖୁବ କ୍ଷତି ହେଉଛି । ଏହା ବିରୁଦ୍ଧରେ ସେମାନେ ଫେବୃଆରୀ ମାସରୁ ଲଗାତାର ଆନ୍ଦୋଳନ କରୁଛନ୍ତି ।