ଏହା ପରେ ପୀୟୁଷ ଗୋୟଲ ସାନ ଫ୍ରାନ୍ସିସ୍କୋରେ ଥିବା ଗଦର ମେମୋରିଆଲ ପରିଦର୍ଶନ କରିଥିଲେ । ସେ କହିଛନ୍ତି ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବରେ ସୁଦୃଢ଼ ହେଉଛି । ବିଶ୍ବରେ ଏବେ ବିଶ୍ବସ୍ତ ଅଂଶୀଦାର ଭାବରେ ଉଭା ହୋଇଛି ଭାରତ । କୋଭିଡ ମହାମାରୀ ସମୟରେ ମଧ୍ୟ ଭାରତର ସ୍ଥିର ଅର୍ଥନୀତି ଭାବେ ଉଭା ହୋଇଛି । ତେଣୁ ନିବେଶ ପାଇଁ ଭାରତ ସବୁଠୁ ଆକର୍ଷଣିୟ ସ୍ଥାନ ବୋଲି କହିଛନ୍ତି ପୀୟୁଷ ଗୋଏଲ ।
ସେ କହିଛନ୍ତି "ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଶ୍ବରେ ଭାରତର ଗର୍ବ ବୃଦ୍ଧି ପାଇଛି । ଆମେ ବର୍ତ୍ତମାନ 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରିଛୁ। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ 'ବିଶ୍ବ ଗୁରୁ' ହେବାର ଇଚ୍ଛା ରହିଛି।" ଭାରତର ଅଭିବୃଦ୍ଧି ହାର ଦର୍ଶାଉଛି ଯେ ଆମେ 30 ବର୍ଷ ମଧ୍ୟରେ 30 ଟ୍ରିଲିୟନ ଡଲାର ଅର୍ଥନୀତି ଦେବାକୁ ପ୍ରସ୍ତୁତ ଅଛୁ।