ଲିଜ ଟ୍ରସ ସରକାରଙ୍କ ଦ୍ବାରା ଦେଶର ଅର୍ଥନୀତିର କୁପରିଚାଳନାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ସୁନକଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଇଛି।ଯେତେବେଳେ ଲିଜ ଟ୍ରସ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ଜିଣିଲେ, ଠିକ୍ ସେହି ସମୟରେ ଋଷି ସୁନକ ଚେତାଇ ଦେଇଥିଲେ ଯେ ଟ୍ରସ୍ ପ୍ରଧାନମନ୍ତ୍ରୀ ହେବା ପରେ ଯଦି ତାଙ୍କ ଯୋଜନା କାର୍ଯ୍ୟକାରୀ କରନ୍ତି ତେବେ ତାହାଦ୍ବାରା ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବ।ସ୍କାଇ ବେଟ୍ ଅନୁସାରେ ଗତ ନିର୍ବାଚନର ଶେଷ ପର୍ଯ୍ୟାୟରେ ଲିଜ ଟ୍ରସଙ୍କଠାରୁ ହାରିଯାଇଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ।
ନିଜ ପଦରୁ ହଟିପାରନ୍ତି ଲିଜ ଟ୍ରସ

ଅର୍ଗସ ବ୍ୟୁରୋ: ଲିଜ ଟ୍ରସଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇପାରେ। ଯାହାକୁ ନେଇ ବ୍ରିଟେନରେ ରାଜନୈତିକ ସଙ୍କଟ ଦେଖିବାକୁ ମିଳିଛି।ବେଟିଂ ଏଜେନ୍ସିଗୁଡ଼ିକ ସମ୍ପ୍ରତି ଲିଜ୍ ଟ୍ରସଙ୍କ ଉପରେ ବାଜି ଲଗାଇଛନ୍ତି। ଏଥିରୁ ସେ ୧୩/୫ରେ ହାରିବେ ବୋଲି ଜଣାପଡ଼ିଛି। ଯଦି ଲିଜ ଟ୍ରସ ଗାଦିଚ୍ୟୁତ ହେବେ, ତା’ହେଲେ କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ?
Download Argus News App
