ନିକଟରେ ଜେଲେନ୍ସକି ମଧ୍ୟ କହିଥିଲେ କି ତାଙ୍କୁ ହତ୍ୟା କରିବା ପାଇଁ ୪୦୦ ଜଣଙ୍କୁ ୟୁକ୍ରେନ ପଠାଇଛି ଋଷ । ଏଭଳି ସମୟରେ ଋଷର ଏପରି ଦାବିକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ୟୁକ୍ରେନ ପକ୍ଷରୁ ଜେଲେନ୍ସକି ଦେଶ ଛାଡ଼ିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।
ସେପଟେ ଯୁଦ୍ଧର ସ୍ଥିତିରେ ଭାରତୀୟଙ୍କୁ ଶୀଘ୍ର ଓ ସୁରକ୍ଷିତ ଦେଶ ଫେରାଇ ଆଣିବା ମୋଦି ସରକାର ପ୍ରାଥମିକତା ଦେଇଛନ୍ତି। ଶୁକ୍ରବାର ବି ପାଖାପାଖି ୨୬୦ ଭାରତୀୟ ଫେରିଛନ୍ତି ଭାରତ । ପୋଲାଣ୍ଡ, ରୋମାନିଆ ଓ ହଙ୍ଗେରୀ ଦେଇ ଦିଲ୍ଲୀ ହିନ୍ଦାନ ଏୟାରବେସରେ ପହଁଚିଛି C-17 ଏୟାରକ୍ରାଫ୍ଟ । ବିମାନବନ୍ଦରରେ ପହଁଚିବା ପରେ ସେମାନଙ୍କୁ ସ୍ବାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ।