ଦୁଇ ଦିନିଆ ଜାପାନ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତି ଓ ଜାପାନର ପ୍ରମୁଖ କମ୍ପାନୀଗୁଡିକର ସିଇଓମାନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରତାର ବାର୍ତ୍ତା ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଭାରତ ଆଜି ବିଶ୍ବସ୍ତରରେ ଏକ ମଡେଟ ଲାଣ୍ଡ ସ୍କେପର ମାନ୍ୟତା ପାଇପାରିଛି ବୋଲି ଜାପାନର ବିଜନେସ ଲିଡର ମାନେ କହିଛନ୍ତି ।
ଜାପାନ ଗସ୍ତର ପ୍ରଥମ ଦିନରେ ଇଣ୍ଡିଆନ ଡାଏସ୍ପୋରାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ଜାପାନ ଓ ଭାରତ ଭିତରେ ଵାଣିଜ୍ୟକ ସମ୍ପର୍କ ସହିତ ସାଂସୃତିକ ଓ ଏୈତିହ୍ୟର ବହୁ ପୁରାତନ ସମ୍ପର୍କ ରହିଛି। ଏହି ସମ୍ପର୍କ ଦୁଇ ଦେଶ ଭିତରେ ଆହୁରି ଅଧିକ ସୁଦୃଢ କରିବା ଦିଗରେ ଭାରତ ସରକାର ସଦାସର୍ବଦା ପ୍ରୟାସ କରିଆସିଛନ୍ତି ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ହେବାକୁ ଥିବା କ୍ୱାଡ୍ ବୈଠକରେ ଯୋଗଦେବେ । ଏହା ସହ ପ୍ରାୟ ୨୩ଟି କାର୍ଯ୍ୟକ୍ରମରେ ସାମିଲ ହେବେ । ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଜାପାନର ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବାର କାର୍ଯକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରାଜନୈତିକ ଏବଂ କୂଟନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଆହୁରି ଅଧିକ ବିଦେଶ ଖବର ପଢନ୍ତୁ ।