ଯୁଦ୍ଧ ସମୟରେ ୟୁକ୍ରେନ ଡର୍ଟି ବମ୍ ଅର୍ଥାତ୍ ରେଡିଓଆକ୍ଟିଭ୍ ବୋମା ପକାଇବା ପାଇଁ ଯୋଜନା କରୁଥିବା ରୁଷ୍ ବାରମ୍ବାର ଅଭିଯୋଗ କରିଆସୁଛି। ଏମିତିକି ରୁଷ୍ର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗ୍ୟୁ ରାଜନାଥ ସିଂହଙ୍କ ଫୋନ୍ରେ ଗତ ବୁଧବାର କଥା ହେବାବେଳେ ଏହି ବୋମା କଥା ଉଠାଇ ଚିନ୍ତା ବ୍ୟକ୍ତ କରିଥିଲେ। ଏନେଇ ରୁଷ୍ କୁଆଡେ ଭିଷଣ ଭୟଭିତ ହୋଇ ଆଣବିକ ଯୁଦ୍ଧ୍ୟାଭ୍ୟାସ ଚଳାଇଥିବା କୁହାଯାଉଛି ।
ତେବେ ଆଲୋଚନା ବେଳେ ସର୍ଗେଇ ସୋଇ୍ୟଗ୍ୟୁ ରାଜନାଥନଙ୍କୁ ୟୁକ୍ରେନ ରେ ବିଗୁଡୁଥିବା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ୟୁକ୍ରେନ୍ ଅନେକ ନାଟୋ ସହଯୋଗୀଙ୍କ ସହୟତାରେ ଡର୍ଟି ବୋମା ପକାଇବାକୁ ଯୋଜନା କରୁଥିବା ସୋଇଗ୍ୟୁ ଦର୍ଶାଇଥିଲେ। ଏ କଥା ଶୁଣି ରାଜନାଥ ଭାରତ ପକ୍ଷ ରଖି କହିଥିଲେ ଯେ, ୟୁକ୍ରେନ୍ ସଙ୍ଘର୍ଷର ସମାଧାନ ଲାଗି ଆଲୋଚନାର ରାସ୍ତା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।
କୂଟନୈତିକ ମାଧ୍ୟମକୁ ଗ୍ରହଣ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ ରାଜନାଥ। ଏପଟେ ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସେନାର ଏହା ବାର୍ଷିକ ଆଣବିକ ଯୁଦ୍ଧାଭ୍ୟାସ। ତେବେ ୟୁକ୍ରେନ ଉପରେ ପରମାଣୁ ବୋମା ପକାଯିବ ନାହିଁ ବୋଲି ସଫେଇ ଦେଇ କହିଛି ରୁଷ୍ । ସେପଟେ ନାଟୋର ଭୟଙ୍କର ଆଣବିକ ଯୁଦ୍ଧାଭ୍ୟାସ ଗତ ରବିବାର ଶେଷ ହୋଇଛି। ଏହା ମଧ୍ୟ ରୁଷ୍କୁ ଚିନ୍ତାରେ ପକାଇଥିଲା। ଭ୍ଲାଦିମିର ପୁଟିନ୍ ବାରମ୍ବାର ଆଣବିକ ହମ୍ଲା ପାଇଁ ଧମକ୍ ଦେବା ପରେ ନାଟୋ ଏହି ପଦକ୍ଷେପ ନେଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ତାଙ୍କର ରୁଷ୍ ପ୍ରତିପକ୍ଷ ସର୍ଗେଇ ସୋଇଗ୍ୟୁଙ୍କ ସହିତ ଟେଲିଫୋନ୍ ରେ ଆଲୋଚନା କରିଛନ୍ତି ।
ଦୁଇ ସପ୍ତାହ ପୂର୍ବରୁ କ୍ରିମିଆରେ ଏକ ବଡ ବିସ୍ଫୋରଣ ର ଜବାବରେ ରୁଷ ୟୁକ୍ରେନର ଅନେକ ସହରକୁ ଟାଗ୍ରେଟ୍ କରି ମିଶାଇଲ ଆକ୍ରମଣ ଆରମ୍ଭ କରିଛି । ଏହାପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପେଇଛି । ସେପଟେ ୟୁକ୍ରେନ ଯୁଦ୍ଧରେ ଆଣବିକ ଆକ୍ରମଣର ଆଶଙ୍କା କରି ୟୁକ୍ରେନ୍ରେ ଥିବା ଭାରତୀୟ ଦୂତବାସ ପକ୍ଷରୁ ନାଗରିକଙ୍କୁ ଯଥାଶିଘ୍ର ଦେଶ ଛାଡିବାକୁ କୁହାଯାଉଛି ।
ବିଦେଶ ଖବର ଆହୁରି ପଢନ୍ତୁ ।