ତେବେ ରିପୋର୍ଟ କହୁଛି ଯେ, ଫେବ୍ରୁଆରୀରେ ପ୍ରତିଦିନ ହାରାହାରୀ ୮୨୪ ରୁଷୀୟ ସୈନ୍ୟ ପ୍ରାଣ ହରାଇଥିଲେ। ଗତବର୍ଷ ଜୁନ୍ ଓ ଜୁଲାଇ ରେ ପ୍ରତ୍ୟୋକ ଦିନ ରୁଷ ପ୍ରାୟ ତାର ୧୭୨ସୈନ୍ୟ ହରାଉଥିଲା। ଏବେ ଏହା ୪ ଗୁଣାରୁ ଅଧିକ ବଢିଯାଇଛି। ଯୁଦ୍ଧ ପରଠାରୁ ରୁଷ ମୋଟ ୧.୩୭ ଲକ୍ଷରୁ ଅଧିକ ସୈନ୍ୟ ହରାଇ ସାରିଛି।
ୟୁକ୍ରେନର ଏନ୍ଏସ୍ଡିସି ର ସଚିବଙ୍କ କହିବାନୁଯାୟୀ ଏହି ଯୁଦ୍ଧରେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛି ରୁଷ୍। ୟୁକ୍ରେନ ସୈନ୍ୟମାନେ ରୁଷ୍ ସୈନ୍ୟମାନଙ୍କର କଡା ଜବାବ୍ ଦେଉଛନ୍ତି। ଭ୍ଲାଦିମିର ପୁଟିନ୍ ଯେଉଁ ଯୋଜନା ନେଇ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ ସେଥିରେ ସେ ବିଫଳ ହୋଇଛନ୍ତି। ୟୁକ୍ରେନ ରୁଷ୍ ଉପରେ ଭାରି ପଡିଛି।
ଅଧିକ ପଢନ୍ତୁ: ଟିଭିରେ ପରମାଣୁ ଯୁଦ୍ଧାଭ୍ୟାସର ତଦାରଖ କରୁଛନ୍ତି ପୁଟିନ
ତେବେ ବର୍ତ୍ତମାନ ମଧ୍ୟ ଉଭୟ ଦେଶ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି। ବାଖ୍ମତଠାରେ ଉଭୟଙ୍କ ମଧ୍ୟରେ ଜୋର୍ଦାର ମୁହାଁମୁହିଁ ଜାରି ରହିଛି। ଏପଟେ ଏହି ଫେବୃଆରୀ ୨୪ରେ ଯୁଦ୍ଧକୁ ବର୍ଷେ ପୁରିବ। ଏହାକୁ ଦୃଷ୍ଟିରେ ରଖି ପୁଟିନ୍ ସେନା ଏହି ଆକ୍ରମଣକୁ ଅଧିକ ଉଗ୍ର କରିବାର ସମ୍ଭାବନା ମଧ୍ୟ ଆଶଙ୍କା କରାଯାଉଛି।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ