ଅର୍ଗସ ବ୍ୟୁରୋ: ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ଘଟିଛି । ସେ ୯୬ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।ଗତ ବର୍ଷ ଅକ୍ଟୋବର ମାସରୁ ଏଲିଜାବେଥ ଦ୍ବିତୀୟ ଅସୁସ୍ଥ ଥିବା ବେଳେ ବାରମୋରାଲ କାସଲେରେ ତାଙ୍କ ଚିକିତ୍ସା ଚାଲିଥିଲା। ସେ ଲଣ୍ଡନ ଛାଡି ସ୍କଟଲାଣ୍ଡରେ ରହୁଥିବା ବେଳେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ବକିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ସକାଳୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିଥିବା ବେଳେ ଡାକ୍ତରମାନେ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ, ତେବେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି।ତେବେ ଦୀର୍ଘ 70 ବର୍ଷ ଧରି କ୍ଷମତାରେ ରହିଥିଲେ ଏଲିଜାବେଥ। ଅବର୍ତ୍ତମାନ ତାଙ୍କ ବଡ ପୁଅ ଚାର୍ଲ୍ସ ବିଟ୍ରେନର ରାଜା ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ଫ୍ୟାଶନ୍ ଆଇକନ୍ ମଧ୍ୟ କୁହାଯାଉଥିଲା । କାରଣ ସେ ବିଶ୍ୱର କିଛି ସବୁଠୁ ଦାମୀ ଅଳଙ୍କାରର ମାଲିକାଣୀ ଥିଲେ । ରାଣୀଙ୍କ ପାଖରେ ଏକ ହାର ଥିଲା । ଯାହା ତାଙ୍କୁ ହାଇଦ୍ରାବାଦର ନିଜାମ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।
ଏହି ହାର କୌଣସି ସାଧାରଣ ହାର ନଥିଲା । ଏଥିରେ ୩୦୦ ହୀରା ଲାଗିଥିଲା । ଯାହାର ଦାମ୍ ଆଜିକା ସମୟରେ ୭ ଅରବ ଡଲାରରୁ ଅଧିକ ହେବ ।
୧୯୪୭ରେ ଏଲିଜାବେଥ୍ ଦ୍ୱିତୀୟ ବିବାହ ପରେ ଭାରତ ଗସ୍ତରେ ଆସିଥିଲେ । ସେହି ସମୟରେ ହାଇଦ୍ରାବାଦର ନିଜାମ ଥିଲେ ଉସମାନ୍ ଅଲ୍ଲୀ ଖାନ୍ ଓରଫ ଆସଫ ଜାହ । ନିଜାମ ସେହି ସମୟରେ ବିଶ୍ୱର ସବୁଠୁ ଧନିମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ତାଙ୍କ ପାଖରେ ଅଚାଳଚଳ ସମ୍ପତ୍ତି ଥିଲା । ଏପରିକି ୧୯୩୭ରେ ଟାଇମ୍ସ ପତ୍ରିକା ନିଜାମଙ୍କୁ ବିଶ୍ୱର ସବୁଠୁ ଧନି ବୋଲି କହିଥିଲା ।
ରାଣୀ ୧୯୪୭ରେ ହାଇଦ୍ରାବାଦ ଗସ୍ତ ବେଳେ ନିଜାମ ତାଙ୍କୁ ନିମନ୍ତ୍ରଣ କରିଥିଲେ । ଏପରିକି ବିବାହ ପାଇଁ ଉପହାର ଦେବାକୁ କହିଥିଲେ । ଏହାପରେ ସେ ରାଣୀଙ୍କୁ ନିଜ ପାଖରେ ରଖିଥିବା ଅଳଙ୍କାର କୋଠରୀକୁ ନେଇ ଯାହା ଇଚ୍ଛା ନେଇପାରିବ ବୋଲି କହିଥିଲେ । ରାଣୀ ପ୍ଲାଟିନମର ଏକ ହାର ଧରିଥିଲେ । ଯେଉଁଥିରେ ୩୦୦ ହୀରା ଲାଗିଥିଲା । ଏହାକୁ ନିଜାମ ରାଣୀଙ୍କୁ ପ୍ରଦାନ କରିଥିଲେ ।
ବିଦେଶ ଖବର ଆହୁରି ପଢନ୍ତୁ ।