ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅସ୍ଥିରତା ଓ ହିଂସାକାଣ୍ଡ ବଢ଼ିଚାଲିଥିବାରୁ 2 ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକ୍ଷେ । ଗୃହଯୁଦ୍ଧ ପରିସ୍ଥିତି ଯୋଗୁଁ ଲୋକଙ୍କ ଆକ୍ରୋଶର ଶୀକାର ହେବା ପରେ ପଦ ଛାଡ଼ିଥିଲେ ମହିନ୍ଦା । ତେବେ ରାଷ୍ଟ୍ରପତି ପଦରୁ ରାଜପକ୍ଷଙ୍କ ଇସ୍ତଫା ଦାବି କରି ଶ୍ରୀଲଙ୍କାରେ ମାସେ ହେଲାଣି ଆନ୍ଦୋଳନ ଚାଲିଛି ।
ତେବେ ଲୁଟପାତ ଓ ପୋଡ଼ାଜଳାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। ଦଙ୍ଗାକାରୀଙ୍କୁ ଦେଖିବାକୁ ମାତ୍ରେ ଗୁଳି ମାଡ଼ କରିବାର ନିର୍ଦ୍ଦେଶ ପାଇଛନ୍ତି ପୁଲିସ ଓ ସେନା । ଏହି ସମୟରେ ନୂତନ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି କଣ ପରିବର୍ତ୍ତନ ଆଣୁଛି ତାହା ଉପରେ ନଜର ରହିଛି ।
ଆହୁରି ଅଧିକ ବିଦେଶ ଖବର ପଢନ୍ତୁ...