ଆମେ ନେପାଳର ଏହି ସହରକୁ ଆମୋଦ କରିବାକୁ ଯାଉ। ଭାରତୀୟମାନଙ୍କ ଡ୍ରିମ୍ ଡେଷ୍ଟିନେସନ ଭାବେ କାଠମାଣ୍ଡୁ ପରିଗଣିତ ହେଉଥିବା ବେଳେ ଏଭଳି ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି। ଆମେରିକା ଦୂତାବାସର ବାୟୁ ଗୁଣବତ୍ତା ମାପକ କେନ୍ଦ୍ର ଦ୍ୱାରା କାଠମାଣ୍ଡୁର ଏକ୍ୟୁଆଇ ସ୍ତର୨୦୦ଅତିକ୍ରମ କରିଛି।
ଯାହାର ପ୍ରଭାବ ବିମାନ ଚଳାଚଳ ଉପରେପଡ଼ିଛି। କେତେକ ବିମାନ ସେବାକୁ ବାତିଲ କରାଯାଇଥିବା ମଧ୍ୟ ସୂଚନା ମିଳିଛି। ଲୋକେ ବିଭିନ୍ନ ଅବଶେଷ ଜଳାଉଥିବାରୁ ଏକ୍ୟୁଆଇସ୍ତର ବଢ଼ିଥିବା ପରିବେଶ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ନ ଚେତ୍ ଆଗାମୀ ଦିନରେ ଏହି ସହରବାସୀ ଅନେକ ଦୁସ୍ଥିତି ମଧ୍ୟରେ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି।