ଆହୁରି ମଧ୍ୟ ସେ କହିଛନ୍ତି ଗତ ସାତ ଆଠ ବର୍ଷରେ ବାଂଲାଦେଶ ଏକ ଭିନ୍ନ ଦଳରେ ପରିଣତ ହୋଇଛି । ଏହା ଏକ ଚ୍ୟାଲେଞ୍ଜିଂ ଦଳ। ସେମାନଙ୍କ ବିପକ୍ଷରେ ବିଜୟ ସହଜରେ ମିଳିନାହିଁ । ଜିତିବା ପାଇଁ ହେଲେ ସେମାନଙ୍କ ବିପକ୍ଷରେ ଉନ୍ନତ କ୍ରିକେଟ୍ ଖେଳିବାକୁ ପଡିବ । ଆମେ କଦାପି ଏହା ଭାବିକି ଏଠାକୁ ଆସିନୁ ଯେ, ଏହି ଗସ୍ତ ଆମ ପାଇଁ ସହଜ ହେବ ବୋଲି ରୋହିତ ଶର୍ମା କହିଛନ୍ତି ।
ତମିମ ଇକବାଲ ଏବଂ ତସ୍କିନ ଅହମ୍ମଦ ଆହତ କାରଣରୁ ସିରିଜ୍ରୁ ବାଦ୍ ପଡିଛନ୍ତି। ରୋହିତ ଶର୍ମା କହିଛନ୍ତି, ବାସ୍ତବରେ ତାଙ୍କ ନିକଟରେ ବହୁତ କ୍ଵାଲିଟି ଖେଳାଳି ରହିଛନ୍ତି। ହେଲେ ଦଳରେ ଟିକେ ଅନୁଭବର ଅଭାବ ରହିବ। ଏଥିରେ ବିପକ୍ଷ ଦଳକୁ ସୁଯୋଗ ମିଳିବ। ତମିମ ଏବଂ ତସ୍କିନ ଦୁଇ ଖେଳାଲି ବାଂଲାଦେଶ ପାଇଁ ଅନେକ ବର୍ଷ ଧରି ମ୍ୟାଚ୍ ବିଜୟୀ ଖେଳାଳି ରହିଛନ୍ତି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।