ରୁଷିଆକୁ ବଏକଟ୍ କରିଥିବା ବିଭିନ୍ନ ଦେଶର ପ୍ରତିନିଧିଙ୍କ କହିବା କଥା ହେଲା, ଯେ କୌଣସି ପ୍ରକାରର ଆକ୍ରମଣ ମାନବିକ ଅଧିକାରର ଉଲ୍ଲଂଘନ। ଏଥିରେ ବଡ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଥାଏ ଏବଂ ମାନବାଧିକାରର ଉଲ୍ଲଂଘନ ହୁଏ ।
ମାନବିକ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ବିଶ୍ବର ପ୍ରାୟ ସବୁଦେଶ ଏକାଠି ହୋଇଛନ୍ତି । କାରଣ ରୁଷିଆ କେବଳ ୟୂକ୍ରେନର ସାମରିକ ଘାଟି ବା ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରୁନି ବରଂ ଅନେକ ଆବାସିକ ଅଂଚଳରେ ମଧ୍ୟ ବୋମା ଓ କ୍ଷେପଣାସ୍ତ୍ର ମାଡ଼ କରି କ୍ଷତି ଘଟାଉଛି । ଅନେକ ସାଧାରଣ ନାଗରିକ ନିହତ ହେଲେଣି ।
ଏପଟେ ରୁଷିଆ ପାଇଁ ଆଉ ଏକ ବଡ଼ ସମସ୍ୟା ମଧ୍ୟ ସୃଷ୍ଟି ହେବାକୁ ଯାଉଛି । ନ୍ୟୁୟର୍କ ଜାତିସଂଘରେ ଅବସ୍ଥାପିତ ୧୨ ଜଣ ସଦସ୍ୟ ବିଶିଷ୍ଟ ରୁଷିଆର କୂଟନିତିଜ୍ଞ ଦଳକୁ ମାର୍ଚ୍ଚ ୭ ସୁଦ୍ଧା ଆମେରିକା ଛାଡ଼ିବାକୁ କଡ଼ା ନିଦ୍ଦେର୍ଶ ଦିଆଯାଇଛି ।ଏପରିକି ଜାତିସଂଘ ନିରାପତ୍ତା ପରିଷଦରୁ ସବୁଦିନ ପାଇଁ ରୁଷିଆକୁ ହଟାଯାଇ ପାରିବ କି ନାହିଁ ସେ ନେଇ ବିଚାର ବିମର୍ଶ ଚାଲିଛି । ଏପରି ହେଲେ ଆଗକୁ ଆହୁରି ବଢ଼ିପାରେ ରୁଷିଆର ଅଧୁଆ । ପୁରା ବିଶ୍ବରେ ରୁଷିଆ ପାଇଁ ଏକଘରିଆ ପରିସ୍ଥିତି ସୃଷ୍ଟି ହୋଇପାରେ ।