ଏହା ସହିତ ଯେଉଁ ଦୁଇଟି ରୁଷ୍-ସପକ୍ଷବାଦୀ ଏବଂ ୟୁକ୍ରେନ୍ର ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ଫେବ୍ରୁଆରି ୨୪ରେ ୟୁକ୍ରେନ୍ ଆକ୍ରମଣ ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେଇଥିଲେ, ତାହାକୁ ମାନ୍ୟତା ଦେବା ପାଇଁ ମଧ୍ୟ ସେ ରାଜି ଅଛନ୍ତି।ଏବିସି ନ୍ୟୁଜ୍କୁ ସାକ୍ଷାତ୍କାର ଦେଇ ଜେଲେନ୍ସ୍କି କହିଲେ, ଆମେ ବୁଝିସାରିଲୁଣି ଯେ ନାଟୋ ୟୁକ୍ରେନ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଆମେରିକା ନେତୃତ୍ତ୍ବାଧୀନ ମେଣ୍ଟ ବିବାଦରେ ପଶିବାକୁ ଓ ରୁଷିଆ ସହ ମୁହାଁମୁହିଁ ହେବାକୁ ଡରୁଛି।
ୟୁକ୍ରେନ୍ ଆକ୍ରମଣର ଅବ୍ୟବହିତ ପୂର୍ବରୁ ପୁଟିନ ୟୁକ୍ରେନ୍ର ଦୁଇଟି ରୁଷ୍-ସପକ୍ଷବାଦୀ ଅଞ୍ଚଳ ଡୋନେସ୍କ ଓ ଲୁହାଂସ୍କକୁ ସ୍ବାଧୀନ ମାନ୍ୟତା ଦେଇଦେଲେ। ବର୍ତ୍ତମାନ ପୁଟିନ ଚାହୁଁଛନ୍ତି ୟୁକ୍ରେନ୍ ଉକ୍ତ ଦୁଇଟି ଅଞ୍ଚଳକୁ ସ୍ବାଧୀନତା ପ୍ରଦାନ କରୁ। ।