ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ ଋଷର ସାମ୍ନା କରୁଥିବା ୟୁକ୍ରେନ ସୈନ୍ୟଙ୍କ ସାହାଯ୍ୟ ପାଇଁ ଗୁରୁବାର କଂଗ୍ରେସ ଠାରୁ ଅତିରିକ୍ତ ୩୩ ଆରବ ଡ଼ଲାର ମଞ୍ଜୁର ପାଇଁ କହିଛନ୍ତି । ଏହା ସଂକେତ ମିଳିଛି ଯେ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବା ସହ ଋଷକୁ ଦୁର୍ବଳ କରିବା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁଛି । ଋଷ ଏବଂ ୟୁକ୍ରେନ ଭିତରେ ୨ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଏବେ ସୁଦ୍ଧା ସରିବାର ନାଁ ଧରୁନାହିଁ। ଏଭଳି ଯୁଦ୍ଧ ଜାରିରହିଲେ ଅନ୍ତରାଷ୍ଟ୍ରୀୟ ସ୍ତରରେ ବୁଝାମଣା ଅଧିକ ଖରାପ ହେବା ସହ ଦେଶ ଦେଶ ଭିତରେ ସମ୍ପର୍କ ତିକ୍ତ ହେବାଟା ନିଶ୍ଚିତ, ଯାହା ତୃତୀୟ ବିଶ୍ବଯୁଦ୍ଧର ଭୟ ସୃଷ୍ଟି କରାଉଛି ।
ସେପଟେ ବାଇଡ଼େନଙ୍କ ଏ ପ୍ରସ୍ତାବରେ ହ୍ୱାଇଟହାଉସ ବିବୃତି ଜାରି କରିଛି। ହ୍ୱାଇଟ ହାଉସ କହିଛିଯେ ଆମେରିକା ୫ ମାସ ସାହାଯ୍ୟ କରିପାରିବାର କଥା ଚିନ୍ତା କରିଛି ଯେଉଁଥିରେ କେବଳ ୟୁକ୍ରେନ ସୈନ୍ୟ ନୁଁହେ ବରଂ ପଡ଼ୋଶୀ ଦେଶର ରକ୍ଷା ତନ୍ତ୍ର ଉପରେ ମଧ୍ୟ ଏହି ରାଶି ଖର୍ଚ୍ଚ ହେବ। ଏଥିରେ ବିଶେଷ କରି ନାଗରିକଙ୍କ ଖାଦ୍ୟ ଓ ମାନବୀୟ ସହାୟତା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ।
ସହାୟତା ତାଲିକାରେ ଯୁଦ୍ଧ ପାଇଁ ବିସ୍ଥାପିତ ହୋଇଥିବା ୫୦ ଲକ୍ଷ ଶରଣାର୍ଥୀ ମଧ୍ୟ ସାମିଲ ଅଛନ୍ତି। ଆମେରିକା ଆଶା ରଖୁଛିଯେ ଏହାଦ୍ୱାରା ପୁଟିନଙ୍କର ନିଜ ଉପରେ ନିୟନ୍ତ୍ରଣ ରହିବ। ତେବେ ଯୁଦ୍ଦର ନବର ସପ୍ତାହରେ ବାଇଡ଼େନଙ୍କର ଏ ବିବୃତି କଣ ପ୍ରଭାବ ପକାଇବ ତା ଉପରେ ବିଶ୍ୱବାସୀଙ୍କ ନଜର ।
ଆହୁରି ଅଧିକ ବିଦେଶ ଖବର ପଢନ୍ତୁ...