ଦୁଇ ଦେଶ ମଧ୍ୟରେ ଏବେ ବି ଯୁଦ୍ଧ ଜାରୀ ରହିଛି । ୟୁକ୍ରେନ ଉପରେ ଆକ୍ରମଣ ଜାରୀ ରଖିଛି ରୁଷ । ଏବଂ ଲଗାତାର ଆକ୍ରମଣ ଜାରି ରହିବା ଫଳରେ ୟୁକ୍ରେନରର ଅନେକ ଅଂଚଳ ଖାର ଖାର ହୋଇ ସାରିଛି । ସୁଚନା ଅନୁସାରେ , ଗତ ସପ୍ତାହର ୟୁକ୍ରେନର ଦକ୍ଷିଣ ଚେର୍ଣ୍ଣିହିବ ସହରରେ ରୁଷ ସେନାର ଆକ୍ରମଣ ଯୋଗୁଁ ୮୯ ଜଣ ୟୁକ୍ରେନ ନାଗରୀକଙ୍କ ମୃତ୍ୟୁ ହୋଇଛି । ଘଟଣାକୁ କଡା ନିନ୍ଦା କରିଛି ୟୁକ୍ରେନ । ଏହାରି ଭିତରେ ସୋମବାର ୱାଲର୍ଡ ଇକୋନୋମିକ ଫର୍ମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି ।
ଏହି ସମୟରେ ଜେଲେନ୍ସି ବିଶ୍ୱର ବଡ କମ୍ପାନୀଙ୍କୁ ରୁଷ ଛାଡି ୟୁକ୍ରେନରେ ନିବେଶ କରିବାକୁ ନିବେଦନ କରିଛନ୍ତି । ତେବେ ଜେଲେନ୍ସିଙ୍କ ଏହି ନିବେଦନ କ୍ରମେ ଅନେକ କମ୍ପାନୀ ରୁଷରେ ନିଜ ବ୍ୟବସାୟ ବନ୍ଦ କରିଥିବା ଜଣାପଡିଛି ।
ବିଦେଶ ଖବର ଆହୁରି ପଢନ୍ତୁ ।