ଭାରତ ଅପେକ୍ଷାକୃତ କମ ମୂଲ୍ୟରେ ଅଶୋଧିତ ତୈଳ ରୁଷରୁ କ୍ରୟ କରୁଥିବା ଦେଖି ପାକିସ୍ତାନର ଜିଭରୁ ଲାଳ ଗଡିବା ଆରମ୍ଭ ହୋଇଛି । ତେଣୁ ପାକିସ୍ତାନ ମଧ୍ୟ ଭାରତ ଭଳି ଅପେକ୍ଷାକୃତ କମ ମୂଲ୍ୟରେ ଋଷରୁ ତୈଳ କ୍ରୟ କରିବାକୁ ଇଚ୍ଛା ପ୍ରକାଶ କରିଛି । ଏ ସମ୍ପର୍କରେ ପାକିସ୍ତାନ ସରକାର ଦ୍ୱାରା ବିଧିବଦ୍ଧ ଭାବେ ଋଷ ସରକାରଙ୍କୁ ଅବଗତ କରା ଯାଇଛି । ହେଲେ ସବୁଠାରୁ ମଜା କଥା ହେଉଛି ଯେ ପାକିସ୍ତାନରୁ ଡିସକାଉଂଟ ମୂଲ୍ୟରେ ଅଶୋଧିତ ତୈଳ ପ୍ରଦାନ କରିବାକୁ ଋଷ ସରକାର ସିଧା ସିଧା ମନା କରିଦେଇଛନ୍ତି ।
କେବଳ ସେତିକି ନୁହେଁ ଋଷର ସରକାର ପାକିସ୍ତାନ ସରକାରଙ୍କୁ କହିଛନ୍ତି ଯେ ରିହାତି ମୂଲ୍ୟରେ ତ ତେଲ ଦେବା ସମ୍ଭବ ନୁହେଁ,ବରଂ ଅଧିକ ମୂଲ୍ୟରେ ମୁଧ୍ୟ ଅଶୋଧିତ ତୈଳ ଦିଆଯାଇ ପାରିବ ନାହିଁ ବୋଲି ଋଷ ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଋଷରେ ତୈଳର ଷ୍ଟକ ନାହିଁ ବୋଲି ପାକିସ୍ତାନକୁ ଜଣାଇ ଦିଆଯାଇଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ରୁଷ ପ୍ରଦାନ କରୁଥିବା ଦେଖି ପାକିସ୍ତାନ ମଧ୍ୟ କମ ମୂଲ୍ୟରେ ତୈଳ ନେବାକୁ ଇଚ୍ଛା ବ୍ଯକ୍ତ କରିଥିଲା ।
ପାକିସ୍ତାନର ପେଟ୍ରୋଲିୟମ ରାଷ୍ଟ୍ର ମନ୍ତ୍ରୀ ମୁସାଦିକ ମଲିକ, ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଓ ମସ୍କୋରେ ପାକିସ୍ତାନୀ ଦୂତାବାସର ଅଧିକାରୀ ମାନଙ୍କ ପ୍ରତିନିଧି ଦଳ ମସ୍କୋରେ ଋଷ ସରକାରଙ୍କ ଅଧିକାରୀ ମାନଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ହେଲେ ଏହି କଥାବାର୍ତାର କୌଣସି ନିଷ୍କର୍ଷ ବାହାରି ନ ଥିଲା । ରୁଷ ସରକାରଙ୍କ ପକ୍ଷରୁ କୁହାଯାଇଛି ପାକିସ୍ତାନର ଅନୁରୋଧ ଉପରେ ବିଚାର କରାଯାଇ ତାଙ୍କୁ ଏ ବାବଦରେ ସୂଚିତ କରି ଦିଆଯିବ ।
ଭାରତ ତାର ଆବଶ୍ୟକତାର 80 ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରିଥାଏ । ହେଲେ ଋଷରୁ କେବେ ହେଲେ ଭାରତ ଅଧିକ ମାତ୍ରାରେ ଅଶୋଧିତ ତୈଳ ଆମଦାନୀ କରୁ ନଥିଲା । ଭାରତ ତାର ଆବଶ୍ୟକତାର କେବଳ 2ରୁ 5 ପ୍ରତିଶତ ଅଶୋଧିତ ତୈଳ ଋଷରୁ ଆମଦାନୀ କରୁଥିଲା, ଯାହା ଖୁବ କମ । 2021 ମସିହାରେ ଭାରତ ମାତ୍ର 21 ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ରୁଷ ଠାରୁ ଆମଦାନୀ କରିଥିଲା ।
କିନ୍ତୁ 2022 ମସିହା ମଇ ମାସ ପରେ ଭାରତର ଋଷରୁ ଅଶୋଧିତ ତୈଳ ରପ୍ତାନୀରେ ଭାରୀ ବୃଦ୍ଧି ଦେଖା ଯାଇଛି । ୟୁ୍କ୍ରେନ ସହ ରୁଷର ଯୁଦ୍ଧ ପରେ ଏହା ବହୁଳ ମାତ୍ରାରେ ବଢିଛି ।
ବିଦେଶ ଖବର ଆହୁରି ପଢନ୍ତୁ