ୟୁକ୍ରେନ ସରକାର ଗେମିଂଗ, ଇ-ସପୋର୍ଟ, ଏବଂ ଇଣ୍ଟରନେଟ୍ ଇନଫ୍ରାଷ୍ଟ୍ରକଚର ସମେତ 50 ଆଇଟି କମ୍ପାନୀ ସହ ରୁଷ୍ ବିରୋଧରେ ଆକ୍ସନ ନେବା ପାଇଁ ପ୍ଲାନିଂ କରୁଛନ୍ତି । ଏନେଇ ୟୁକ୍ରେନ ସରକାରଙ୍କ ଆଇଟି ଅଧିକାରୀ ଦେଇଛନ୍ତି । ନିକଟରେ oracle corp କମ୍ପାନୀ ରୁଷ୍ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି ।
ଆଇଟି ଆର୍ମୀ ନିଜ ଘରେ ଓ ବିଦେଶରେ କାମ କରୁଛନ୍ତି । ଏହି ସେନାର କାମ ହେଉଛି ରୁଷ୍ ର ସରକାରୀ ୱେବସାଇଟକୁ ପ୍ରବେଶକୁ ଅବରୋଧ କରିବା ଏବଂ ସୋସିଆଲ ମିଡିଆ, ଫୋନ୍ ଏବଂ ଟେକ୍ଟ ମାଧ୍ୟମରେ 50 ମିଲିୟନ ରୁଷ୍ ନାଗରିକଙ୍କୁ ଯୋଗାଯୋଗ କରିବା । ଏବଂ ରୁଷ୍ ଆକ୍ରମଣ ସଂପର୍କିତ ଖବର ସଂଗ୍ରହ କରିବା । ଏବେ ସୁଦ୍ଧା ଏହି ଅନଲାଇନ ଫୋର୍ସରେ 2,50,000 ଲୋକ ଜଡିତ ଅଛନ୍ତି । ଯେଉଁମାନେ ନିଜ ନିଜ ଆଇଡିଆ ଉପରେ କାମ କରୁଛନ୍ତି । ଅନ୍ୟପଟେ ୟୁକ୍ରେନର ମଧ୍ୟ ସାଇବର ଆଟାକକୁ ନେଇ ଭୟ ରହିଛି । ଫେସବୁକର କମ୍ପାନୀ ମେଟା ସହ ଟ୍ୱିଟର୍ ଓ ୟୁଟ୍ୟୁବ କହିଛି ଯେ ଏହି ପ୍ଲାଟଫ୍ରମ ଗୁଡକରେ ୟୁକ୍ରେନ ଉପରେ ଆକ୍ରମଣ ନେଇ ଚେଷ୍ଟା କରୁଛି ରୁଷ୍ ।