ଋଷର ରକେଟ ଓ ମିସାଇଲ ମାଡ଼ରେ ଥରହର ୟୁକ୍ରେନ । କିଭ୍ ଓ ଖାରକବ୍ ସହରରେ ଚାଲିଛି ତାଣ୍ଡବ ଲିଳା । ୟୁକ୍ରେନ ମିଲିଟାରୀ ଏକାଡେମୀ ଉପରେ ରକେଟ ମାଡ଼ କରିଛି ଋଷ ।
ଖାରକିବ ସହରରେ ବୋମାମାଡ଼ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁକ୍ରେନର ଖେରସନ ସହରକୁ ଋଷିୟ ସେନା କବଜା କରି ନେଇଥିବା ବେଳେ ଖାରବିକ ସହରରେ ମଧ୍ୟ ପହଞ୍ଚି ସାରିଛି ଋଷ ମିଲିଟାରୀ । ଏକ ପ୍ରସୂତି ଗୃହକୁ ଋଷ ସେନା ଜଳାଇ ଦେଇଥିବା ଅଭିଯୋଗ କରିଛି ୟୁକ୍ରେନ ।
ଋଷର ଏହି ନରସଂହାରକୁ ବିରୋଧ କରିବା ସହ ଆକ୍ରମଣ ବନ୍ଦ କରିବାକୁ କହିଛି । ସେପଟେ ଆଜି ଋଷ ଓ ୟୁକ୍ରେନ ମଧ୍ୟରେ ଦ୍ବିତୀୟ ଥର ଆଲୋଚନା ହେବ । ପ୍ରଥମ ଆଲୋଚନାରେ କୌଣସି ସମାଧାନର ବାଟ ବାହାରି ନଥିବା ବେଳେ ଆଜିର ଆଲୋଚନାରେ ଶାନ୍ତିର ମାର୍ଗ ବାହାରିବ ବୋଲି ଆଶା କରାଯାଉଛି ।