ସେପଟେ ୟୁକ୍ରେନ ରାଷ୍ଟ୍ରପତି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ୟୁକ୍ରେନ୍-ରୁଷ ମଧ୍ୟରେ ଯୁଦ୍ଧ ସଙ୍କଟ ତୀବ୍ର ହେଉଥିଲା ବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଲଗାତାର ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛନ୍ତି। ସେ କହିଛନ୍ତି, “ମୋତେ ହତ୍ୟା ପାଇଁ ରୁଷ ଷଡଯନ୍ତ୍ର କରୁଛି, ଭଡ଼ାରେ ସୈନ୍ୟ ଆଣିଛି। ସେହି ସୈନ୍ୟମାନଙ୍କୁ ମୋତେ ହତ୍ୟା ପାଇଁ ନିର୍ଦ୍ଦେଶ ଦିଆଯାଇଛି।” ଆଜି ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନିସ୍କି। ସେ ଏହା ମଧ୍ୟ କହିଛନ୍ତି, ରୁଷ ଆମଦାନୀ କରିଥିବା ୪୦୦ରୁ ଅଧିକ ସୈନ୍ୟ ୟୁକ୍ରେନ୍ରେ ବୁଲୁଛନ୍ତି। ଏହି ସୈନ୍ୟମାନେ କିଭ୍ ଚାରିପାଖେ ଚକ୍କର କାଟୁଥିବା ବେଳେ ମୋତେ ହତ୍ୟା ପାଇଁ ନିର୍ଦ୍ଦେଶ ଦିଆଆଯାଇଥିବା ସେ କହିଛନ୍ତି।