ନିଜର ୪ ସନ୍ତାନଙ୍କ ସହ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି ବ୍ଲାଦିମିର ପୁତିନଙ୍କ ଗର୍ଲଫ୍ରେଣ୍ଡ ଅଲିନା କାବାଏଭା। ରୁଷ-ୟୁକ୍ରେନ ଯୁଦ୍ଧକୁ ୨୭ ଦିନ ପୁରିଲାଣି । ତଥାପି ଥମିବାର ନାଁ ଧରୁନି ଯୁଦ୍ଧ। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କୌଣସି ବି ପରିସ୍ଥିତିରେ ଛାଡିବାକୁ ଚାହୁଁ ନାହାନ୍ତି ପୁଟିନ । କ୍ଷମତା ଲଢେଇରେ ବଳି ପଡୁଛି ମୂଲ୍ୟବାନ ଜୀବନ । ଉଜୁଡୁଛି ପରିବାର । ଶ୍ମଶାନ ପାଲଟୁଛି ସହର । ଅନେକ ସୈନିକ ମୃତ୍ୟୁବରଣ କଲେଣି । ଆହୁରି କେତେ ଯେ ଜୀବନ ଯିବ ତାହାର ଆକଳନ ବି ନାହିଁ ।
କଥାରେ ଅଛି ମରଣ ଭୟ ରାଜାକୁ ବି ଘାରେ । ଠିକ୍ ସେମିତି ବୋଧହୁଏ ଭୟ ଘାରିଛି, ରାଷ୍ଟ୍ରପତି ପୁତିନଙ୍କ ପ୍ରେମିକାଙ୍କୁ। ଆସିଛି ନୂଆ ଅପଡେଟ୍ । ତାଙ୍କ କଥିତ ଗାର୍ଲଫ୍ରେଣ୍ଡ୍ ଅଲିନା କାବାଏଭା ଏବେ ଦେଶ ଛାଡି ସ୍ୱିଜରଲାଣ୍ଡ ଚାଲିଯାଇଛନ୍ତି । ୩୮ ବର୍ଷୀୟ ଅଲିନା ତାଙ୍କ ସହ ୪ ସନ୍ତାନଙ୍କୁ ମଧ୍ୟ ନେଇ ଯାଇଛନ୍ତି ।
କୁହାଯାଉଛି ଯେ ପୁଟିନଙ୍କର ୪ ସନ୍ତାନ ମଧ୍ୟରୁ ଦୁଇଟି ଝିଅ ଓ ଦୁଇଟି ଜାଆଁଳା ପୁଅ ରହିଛନ୍ତି । ହେଲେ ସୁଇଜରଲ୍ୟାଣ୍ଡରେ ବି ପୁତିନଙ୍କ ପରିବାରକୁ ନିସ୍ତାର ମିଳୁନି । ତାଙ୍କୁ ଦେଶରୁ ବିତାଡ଼ିତ କରିବା ପାଇଁ ଦାବି ଜୋର ଧରିଛି। ସ୍ୱିସ୍ ଲୋକମାନେ ଚାହୁଁନାହାନ୍ତି ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ଦେଶର ଲୋକେ ତାଙ୍କ ମାଟିରେ ରୁହନ୍ତୁ । ସ୍ୱିଜରଲ୍ୟାଣ୍ଡରେ ଏନେଇ ଏକ ମାମଲା ମଧ୍ୟ ଦାୟର ହୋଇଛି । ଯେଉଁ ପିଟିସନ ସପକ୍ଷରେ ଏବେ ସୁଦ୍ଧା ୫୦ ହଜାରରୁ ଅଧିକ ଲୋକ ଦସ୍ତଖତ ଦେଇ ସାରିଲେଣି ।
ଅଲିନା ଜଣେ ଅଲମ୍ପିକ ଚମ୍ପିଆନ । ଜଣେ ଜିମନାଷ୍ଟିକ ଭାବରେ ସେ ବେଶ ସୁଖ୍ୟାତି ଅର୍ଜନ କରିଛନ୍ତି । ସେ ଦୁଇଟି ଅଲମ୍ପକ ମେଡାଲ ଓ 14 ଟି ୱାଲ୍ଡ ଚାମ୍ପିଅନସିପ୍ ଜିତିଛନ୍ତି । ଶେଷ ଥର ପାଇଁ ଗତ ୨୦୧୮ରେ ଅଲୀନା ସର୍ବସାଧାରଣରେ ଦେଖାଦେଇଥିଲେ । ସେ ସମୟରେ ସେ ଦୁଇମାସର ଗର୍ଭବତୀ ଥିଲେ । ଅଲୀନା ଓ ପୁଟିନଙ୍କ ବ୍ୟକ୍ତିଗତ ଜୀବନ ରହସ୍ୟ ମଧ୍ୟରେ ରହିଛି । ଦୁହିଁଙ୍କ ବିଷୟରେ ଅଧିକ ତଥ୍ୟ କାହାକୁ ଜଣା ନାହିଁ ।
ଗୋଟେପଟେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆଲଚୋନା ଜାରି ରହିଥିବାବେଳେ ପରମାଣୁ ବମ୍ ଆକ୍ରମଣ ପାଇଁ ବିପଦ ଘନାଇଲାଣି । ନ୍ୟୁକ୍ଲିୟର ଯୁଦ୍ଧ ଇଭାକୁଏସନ ଡ୍ରିଲ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ । ଯାହାକୁ ନେଇ ରୁଷକୁ ବିଭିନ୍ନ ରାଷ୍ଟ୍ର ନିନ୍ଦା କରୁଛି ।