ସାଉଦୀ ଆରବର ଯୋଗ କମିଟିର ସଭାପତି ନଉଫ ଅଲ ମାରବାଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସାଉଦୀ ଆରବର ରାଜଧାନୀ ରିୟାଦ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ଘୋଷଣା କରାଯାଇଛି । ରିୟାଦରେ ଏ ସମ୍ପର୍କରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା, ଯାହାର ଥିମ ଥିଲା – “ସାମ୍ରାଜ୍ୟର ଖେଳ ପ୍ରତି ଭବିଷ୍ୟତର ଦୃଷ୍ଟିକୁ ଆଗକୁ ବଢାଇବାକୁ ବିଶ୍ୱବିଦ୍ୟାଳୟରେ ଖେଳ କେଉଁ ପ୍ରକାର ନିଜର ଭୂମିକା ନିର୍ବାହ କରି ପାରିବେ । ”
ସାଉଦୀ ବିଶ୍ୱବିଦ୍ୟାଳୟ ସ୍ପୋର୍ଟ୍ସ ଫେଡରେସନ ଦେଶର ଶିକ୍ଷା ମନ୍ତ୍ରଣାଳୟ ସହ ମିଶି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଏଥିରେ ବଡ ବଡ ଅଧିକାରୀ ମାନଙ୍କ ସହ ଅନେକ ବିଶେଷଜ୍ଞ ମାନେ ମଧ୍ୟ ସାମିଲ ହୋଇଥିଲେ ।ଏହି ଅବସରରେ ଅଲ ମାରବାଇ କହିଥିଲେ ଯେ ଦେଶର ବିଶ୍ୱ ବିଦ୍ୟାଳୟ ମାନଙ୍କରେ ଯୋଗକୁ ସାମିଲ କରିବାକୁ ପ୍ରୟାସ ଜାରୀ ରହିଛି ।
ଉଚ୍ଚ ଶିକ୍ଷା ସଂସ୍ଥା ଗୁଡିକୁ ବୁଝାଯାଉଛି ଯେ ସ୍ୱାସ୍ଥ୍ୟ ପାଇଁ ଓ ଫିଟ ରହିବାକୁ ଯୋଗ କେତେ ଦରୁରୀ । ସେ କହିଛନ୍ତି ଯେ ଯୋଗ କେବଳ ଶାରୀରିକ ଭାବେ ନୁହେଁ ମାନସିକ ଭାବେ ମଧ୍ୟ ଶରୀରକୁ ଫିଟ ରଖିଥାଏ । 2030 ମସିହା ପାଇଁ ସାଉଦୀ ସରକାର ଯେଉଁ ଭିଜନ ରଖିଛନ୍ତି ତାକୁ କ୍ରିୟାନ୍ୱୟନ କରିବାକୁ ଯୋଗର ପ୍ରମୁଖ ଭୂମିକା ରହିଛି । ସେ କହିଛନ୍ତି ଯେ ଯୋଗ କରିବା ଦ୍ୱାରା ଅନ୍ୟ ଖେଳ ମାନଙ୍କରେ ମଧ୍ୟ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରି ପାରିବେ।
ସେ କହିଛନ୍ତି ଯେ ସାଉଦୀ ଆରରେ ଯୋଗାସନ ସହିତ ଜଡିତ ଖେଳ ଗୁ଼ଡିକୁ ମଧ୍ୟ ଇଣ୍ଟ୍ରୋଡ୍ୟୁସ କରାଯାଉଛି । ଏହି କ୍ଷେତ୍ରରେ ପ୍ରତିଭା ମାନଙ୍କୁ ଖୋଜା ଯାଉଛି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ 2017 ମସିହାରେ ସାଉଦୀ ଆରବ ସରକାର ଯୋଗକୁ ଖେଳ ଗତିବିଧି ରୂପେ ମାନ୍ୟତା ପ୍ରଦାନ କରିଥିଲେ । ଏହା ପରେ ସେଠାରେ କେହି ଯୋଗ ଶିଖାଇବାକୁ ଚାହୁଁଥିଲେ ସରକାରଙ୍କ ଠାରୁ ଲାଇସେନ୍ସ ନେଇ ଯୋଗ ଶିଖାଇ ପାରୁଥିଲା ।