ଆମେରିକୀୟ ସେନା ଏକ ବକ୍ତବ୍ୟ ଜାରୀ କରି କହିଛି ଯେ ବେଲୁନକୁ ମାରି ତଳେ ପକାଇବା ପରେ ଭଗ୍ନାବଶେଷର ଜାଂଚ କରାଯାଇଛି । ଏହା ପରେ ସ୍ପଷ୍ଟ ହୋଇଯାଇଛି ଏହା କୌଣସି ସାଧାରଣ ବେଲୁନ ନ ଥିଲା ବରଂ ଗୁପ୍ତଚର କାର୍ଯ୍ୟ ପାଇଁ ଏହି ବେଲୁନକୁ ବ୍ୟବହାର କରାଯାଉଥିଲା ।
ଅଧିକ ପଢନ୍ତୁ: କ୍ଷେପଣାସ୍ତ୍ର ମାରି ଖସାଇଲା ଆମେରିକା
ଚୀନର ଏଭଳି ହରକତକୁ ନେଇ ଅଷ୍ଟ୍ରେଲିଆରେ ମଧ୍ୟ ବଡ ଘଟଣା ଘଟିଛି । ଅଷ୍ଟ୍ରେଲିଆ ସରକାର ନିଜର ମନ୍ତ୍ରଣାଳୟ ଓ ଅନ୍ୟ ଗୁରୁତ୍ୱପୂର୍ଣ ସ୍ଥାନ ମାନଙ୍କରେ ଚୀନରେ ତିଆରି ହୋଇଥିବା ଅର୍ଥାତ ମେଡ ଇନ ଚାଇନା ସିସିଟିଭି କ୍ୟାମେରାକୁ ହଟାଇ ଦେଇଛି । ଅଷ୍ଟ୍ରେଲିଆ ସରକାର ତାଙ୍କ ଦେଶର ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତି ନେଇଥିବା ବେଳେ ଚୀନ ଏହି ପଦକ୍ଷେପ ପରେ ଉତକ୍ଷିପ୍ତ ହୋଇ ପଡିଛି । ଚୀନ ଅଷ୍ଟ୍ରେଲିଆକୁ ଧମକ ଦେଇ କହିଛି ଯେ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ।
ଆମେରିକାର ମିଲିଟାରୀ ନର୍ଦର୍ଣ କମାଣ୍ଡ ପକ୍ଷରୁ କୁହାଯାଇଛି ଯେ ସାଉଥ କ୍ୟାରୋଲିନା ସମୁଦ୍ର ଉପକୂଳରେ ଗତ ସପ୍ତାହରେ ଆମେ ଚୀନର ଏକ ବେଲୁନକୁ ମାରି ତଳେ ପକାଇ ଦେଇଥିଲୁ । ଏହା ସମୁଦ୍ର ଭିତରେ ପଡିଥିଲା । ଆମେରିକାର ନେଭି ଖୁବ ପରିଶ୍ରମ କରି ଏହାର ଅବଶେଷକୁ ରିକଭର କରିଛି । ଏହାକୁ ଲାବରୋଟରୀରେ ଜାଂଚ ପାଇଁ ପଠାଯାଇଥିଲା । ଜାଂଚ ପରେ ସ୍ପଷ୍ଟ ହୋଇଛି ଯେ ଏହି ବେଲୁନରେ ହାଇ ଡେଫିନେସନ ସେନସର ଓ କ୍ୟାମେରା ଲାଗିଥିଲା । କିଛି ଇଲେକ୍ଟୋନିକ ଉପକରଣ ମଧ୍ୟ ମିଳିଥିବା ଆମେରିକୀୟ ସେନା ସ୍ପଷ୍ଟ କରିଛି ।
ଅଧିକ ପଢନ୍ତୁ: ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ସନ୍ଦିଗ୍ଧ ବସ୍ତୁକୁ ଗୁଳି କରି ଖସାଇଲା ସେନା
ଏହି ବକ୍ତବ୍ୟରେ ଆହୁରି କୁହାଯାଇଛି ଯେ ସେନସର ସମ୍ପର୍କରେ ବିଶେଷଜ୍ଞ ମାନଙ୍କର କହିବା କଥା ଯେ ଏହାର ବ୍ୟବହାର ଇଣ୍ଟେଲିଜେନ୍ସ ଗ୍ୟାଦରିଂ ଅର୍ଥାତ ଗୁଇନ୍ଦା ସୂଚନା ଏକତ୍ରିତ କରିବାକୁ କରା ଯାଉଥିଲା ।
ଅଧିକ ପଢନ୍ତୁ :ପୁଣି ଆମେରିକା ଆକାଶରେ ଚୀନ ସ୍ପାଏ ବେଲୁନ ଠାବ
ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲଏଡ ଅଷ୍ଟିନ ଏକ ଅନ୍ୟ ବକ୍ତବ୍ୟରେ କହିଛନ୍ତି ଯେ ଆମେରିକାର ନାଗରିକ ମାନଙ୍କୁ ଆମେ ଆଶ୍ୱସ୍ତ କରିବାକୁ ଚାହୁଁଛୁ ଯ ଆମେରିକା ସମ୍ପୂର୍ଣ ଭାବେ ସୁରକ୍ଷିତ । ଆମେରିକାର ସେନା ଏଭଳି କୌଣସି ବିପଦର ମୁକାବିଲା କରିବାକୁ ସମ୍ପୂର୍ଣ ରୂପେ ପ୍ରସ୍ତୁତ ।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ