ପୂର୍ବରୁ ଏହି ଚର୍ଚ୍ଚଟି ପାଣି ଭିତରେ ଥିଲା । ଯାହାକୁ କେହି ମଧ୍ୟ ଦେଖିନଥିଲେ କି ଜାଣିନଥିଲେ । କୁହାଯାଉଛି ଏହି ସ୍ଥାନରେ 1990 ମସିହା ପରେ ଜଳସ୍ତର ସବୁଠୁ କମ୍ ହୋଇଯାଇଛି । ସ୍ପେନର କାଟାଲୋନିଆ ପ୍ରଦେଶରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେଉଛି । ଯାହା ଏବେ ପୁରା ବିଶ୍ୱରେ ଏକ ଉତ୍କଟ ସମସ୍ୟା ହୋଇ ଉଭା ହୋଇଛି । ଏହାରି ମଧ୍ୟରେ ଏଭଳି ଖବର ସମସ୍ତଙ୍କୁ ଆଚମ୍ବିତ କରୁଛି ।
ସ୍ପେନ୍ ର ବାର୍ସେଲୋନା ଓ ମେଡ୍ରିଡ୍ ର ଆଖ ପାଖ ଅଞ୍ଚଳରେ ଅନେକ ଅଞ୍ଚଳ ଶୁଖିଯାଇଥିବା ଦେଖିବାକୁ ମିଳିଛି । ଫଳରେ ଲୋକମାନେ ନଦୀ, ପୋଖରୀ, କେନାଲ୍ ରେ ଗୁଡି ଉଡାଉଥିବା ଦେଖିବାକୁ ମିଳିଛି । ଆଉ ସବୁଠାରୁ ମଜାଦାର କଥା ହେଉଛି ଲୋକମାନେ ଯେତେବେଳେ ଏହି ସବୁ ସ୍ଥାନରେ ଛିଡା ହେଉଛନ୍ତି ନାଭିଗେସନ୍ ଆପ୍ ରେ ସେହି ସ୍ଥାନରେ ପାଣି ଥିବା ଦେଖାଉଛି । ଯେତେବେଳେ କି ସେହି ଅଞ୍ଚଳରେ ପାଣି ନାହିଁ ।
ସ୍ପେନର ପାଣିପାଗ ବିଭାଗ AEMETର କହିବାନୁଯାୟୀ, ଏହି ଶୁଖା ଯୋଗୁଁ ଜଙ୍ଗଲରେ ବେଶୀ ନିଆଁ ଲାଗିପାରେ । ଅଧିକ ଗରମ ମଧ୍ୟ ଅନୁଭୂତ ହୋଇପାରେ । କାରଣ ଶୁଖା କାରଣରୁ ଉତ୍ତର-ପୂର୍ବ ଭୂମଧ୍ୟସାଗରର ଆଖପାଖ ଅଞ୍ଚଳରେ ଲଗାତାର ଗରମ ଅନୁଭୂତ ହେଉଛି ।
ପାଣିପାଗ ବିଭାଗ AEMETର କହିବାନୁଯାୟୀ, ଏହି ଅଞ୍ଚଳରେ ଲଗାତାର ଆଣ୍ଟଲାଟିକ ଓ ଭୂମଧ୍ୟସାଗର ଆଡୁ ତୋଫାନ ହୋଇଥାଏ । କିନ୍ତୁ ଗତ 3 ବର୍ଷ ହେଲାଣି ଏଠାରେ ବର୍ଷା ହୋଇନି । ଯେତିକି ବି ହୋଇଛି ତାହା ନହେବା ସାଙ୍ଗରେ ସାମନ । ଏଭଳି ସ୍ଥିତିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ ।
ଆହୁରି ପଢନ୍ତୁ ବିଦେଶ ଖବର...