ମହାମାରୀ କରୋନାରେ ପ୍ରାଣ ହରାଇଲେ ସ୍ପେନ୍ ରାଣୀ ମାରିଆ ଟେରେସା । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ମୃତ ମାରିଆଙ୍କ ଭାଇ ରାଜକୁମାର ସିକ୍ସଟୋ ଏନରିକି ଡି ବୋରବୋନ ଫେସବୁକରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ରାଜକୁମାରୀ ମାରିଆଙ୍କ ମୃତ୍ୟୁ ମାର୍ଚ୍ଚ ୨୬ରେ ହୋଇଛି । କୋଭିଡ-୧୯ରେ ଆକ୍ରାନ୍ତ ହେବା ଫଳରେ ତାଙ୍କର ଚିକିତ୍ସା କରାଯାଉଥିଲା ବୋଲି ସେ ସୂଚନା ଦେଇଛନ୍ତି ।
ମହାମାରୀ କୋରାେନା ନେଲା ସ୍ପେନ୍ ରାଣୀଙ୍କ ଜୀବନ
ଅର୍ଗସ ବ୍ୟୁରୋ: କଥାରେ ଅଛି ମୃତ୍ୟୁ ଧନୀ କି ଗରିବ ଦେଖି ଆସେନି । ଠିକ୍ ସେହିପରି ମହାମାରୀ କୋରୋନା ବିକଶିତ କି ବିକାଶ ଶୀଳ ସବୁ ଦେଶରେ ନିଜର କାୟା ବିସ୍ତାର କରିଛି । କୋରୋନା ନେଉଛି ବହୁ ଜୀବନ । ଆଜି କୋରୋନା କବଳରେ ବହୁ ବଡ଼ ବଡ଼ ଦେଶର ନାମୀ ଦାମୀ ବ୍ୟକ୍ତି । ଏହି ସମୟରେ ସ୍ପେନରୁ ଆସିଛି ଆଉ ଏକ ଦୁଃଖଦ ଖବର ।
Download Argus News App
