୧୬ ମେ’ରେ ମଧ୍ୟ ଭାରତ ମହାସାଗରରେ ବୁଡ଼ି ଯାଇଥିଲା ଏକ ଚାଇନିଜ ବୋଟ୍। ଯେଉଁଥିରେ ୩୯ ଜଣ ମତ୍ସ୍ୟଜୀବୀ ଥିଲେ। ସେମାନଙ୍କ ମଧ୍ୟରୁ ୧୭ଜଣ ଚାଇନିଜ, ୧୭ ଜଣ ଇଣ୍ଡୋନେସିଆନ ଏବଂ ୫ ଜଣ ଫିଲିପାଇନ୍ସ ନାବିକ ବୋଲି ଜଣାପଡିଛି।
ଶ୍ରୀଲଙ୍କା ନୌସେନା ଚାଳକମାନେ ବୁଡ଼ିଯାଇଥିବା ଜାହାଜର ଭିତର ଅଂଶକୁ ଯତ୍ନର ସହ ଅନୁସନ୍ଧାନ କରି ଜାହାଜ ଭିତରୁ କ୍ୟାପଟେନଙ୍କ କ୍ୟାବିନ ଏବଂ ଦୁଇଟି ମୃତଦେହ ଉଦ୍ଧାର କରିଥିଲେ। ମୃତଦେହଗୁଡ଼ିକୁ ଚାଇନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଅବଶିଷ୍ଟ ଲୋକଙ୍କ ବିଷୟରେ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।