ଅଧିକ ପଢନ୍ତୁ : ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ
ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ୪ ଦ୍ରୁତ ବୋଲର ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର ଓ ଉମେଶ ଯାଦବ ବୋଲିଂ ଆରମ୍ଭ କରିଥିଲେ । ଘାସୁଆ ପିଚ୍ରୁ ପ୍ରାରମ୍ଭିକ ଫାଇଦା ଉଠାଇ ସିରାଜ ଚତୁର୍ଥ ଓଭରରେ ଉସ୍ମାନ ଖୱାଜାଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ୍ କରିଥିଲେ ।
ଡେଭିଡ୍ ୱାର୍ଣ୍ଣର ଓ ମାର୍ନସ ଲବୁସାନ୍ ରକ୍ଷଣାତ୍ମକ ଖେଳୁଥିଲେ ବି ଦଳୀୟ ରନ୍ ୭୧ ହୋଇଥିଲା ବେଳେ ୱାର୍ଣ୍ଣରଙ୍କୁ ଶାର୍ଦୁଳ ଆଉଟ କରି ଦ୍ବିତୀୟ ସଫଳତା ଦେଇଥିଲେ । ୱାର୍ଣ୍ଣରଙ୍କୁ ଆଉଟ୍ କରିବାରେ କେଏସ୍ ଭରତଙ୍କ ଡାଇଭ୍ କ୍ୟାଚ୍କୁ ଦର୍ଶକମାନେ ପ୍ରଶଂସା କରିଥିଲେ। ୫ ରନ୍ ବ୍ୟବଧାନରେ ଲବୁସାନ୍ଙ୍କୁ ସାମି ପ୍ରଥମ ଶିକାର କରିଥିଲେ । କିନ୍ତୁ ଏହାପରଠୁ ପିଚ୍ରେ ସ୍ମିଥ୍ ଓ ମଧ୍ୟାହ୍ନ ଭୋଜନ ପରେ ବ୍ୟାଟିଂ ଆସିଥିବା ହେଡ୍ ଭାରତୀୟ ବୋଲରଙ୍କୁ ପ୍ରବଳ ଖଟାଇଥିଲେ ।