ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବା ଦାବିରେ ପ୍ରତିବାଦ
ଅର୍ଗସ ନ୍ୟୁଜ୍: ୱାଶିଂଟନରେ ୟୁଏସ୍ କ୍ୟାପିଟଲ ବିଲ୍ଡିଂ ଅର୍ଥାତ ଆମେରିକା ସଂସଦ ଭବନ କମ୍ପ୍ଲେକ୍ସ ଉପରେ ଆକ୍ରମଣ ହୋଇଛି । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ଅଧିକାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନା ଅନୁସାରେ, ଏକ କାର ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବା ପରେ ଚାଳକ ଜଣକ ପୋଲିସକୁ ଛୁରୀରେ ଆକ୍ରମଣ କରିଥିଲା ।
ଏହା ପରେ ସନ୍ଦିଗ୍ଧ ଉପରେ ଗୁଳି ଚାଳନା କରିଥିବା ବେଳେ ତାର ମୃତ୍ୟୁ ହୋଇଛି । ସନ୍ଦିଗ୍ଧ ଆକ୍ରମଣକାରୀ ଜଣଙ୍କ ୨୫ ବର୍ଷୀଅ ନୋଆହ ଗ୍ରୀନ୍ ବୋଲି ଜଣାପଡ଼ିଛି । ତେବେ, ଆକ୍ରମଣକାରୀ ବିରୋଧରେ ପୂର୍ବରୁ କୌଣସି ଅଭିଯୋଗ ନଥିବା ସୂଚନା ମିଳିଛି ।
ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ୱାଶିଂଟନ୍ ଡିସିର ପୋଲିସ କମିଶନର କହିଛନ୍ତି । ଆକ୍ରମଣ ପରେ ଆମେରିକା ସଂସଦ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି ।