ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା ଦେଇଥିଲା ଖେଳାଳିଙ୍କ ଆହତ ସମସ୍ୟା । ଯାହାଲାଗି ଦଳରୁ ବାଦ୍ ପଡିଥିଲେ ଦ୍ରୁତ ବୋଲର ଜଶୀପ୍ରୀତ୍ ବୁମ୍ରାହ । ତାଙ୍କ ସ୍ଥାନରେ ଅଭିଜ୍ଞ ମହମ୍ମଦ ସାମିଙ୍କୁ ସାମିଲ କରାଯାଇଛି । ବିଶ୍ୱକପ୍ ପୂର୍ବରୁ ଆୟୋଜିତ ପ୍ରେସ୍ମିଟ୍ରେ ରୋହିତ ଶର୍ମା ବୁମ୍ରାହ ଓ ସାମିଙ୍କୁ ନେଇ ବଡ଼ବୟାନ ଦେଇଛନ୍ତି ।
ବୁମ୍ରାହ ଜଣେ ଓ୍ୱାର୍ଲ୍ଡ କ୍ଲାସ ଖେଳାଳି । ସେ ଆମ ପାଇଁ ବହୁତ ଜରୁରୀ । କିନ୍ତୁ ଆମେ ରିସ୍କ ନେବାକୁ ଚାହୁଁନଥିଲୁ । ବିଶ୍ୱକପ୍ ପୂର୍ବରୁ ଆଘାତ ହେବା ଆମ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ । ଟିମ୍ ପାଇଁ ବିଶ୍ୱକପ୍ ଜରୁରୀ, କିନ୍ତୁ ତାମାନେ ନୁହେଁ ଯେ, ଆମେ ତାଙ୍କ କ୍ୟାରିୟର ସହିତ ଖେଳିବୁ । ଏବେ ତାଙ୍କୁ ମାତ୍ର ୨୭-୨୮ ବର୍ଷ । ଆଗକୁ ତାଙ୍କର ଲମ୍ବା କ୍ୟାରିୟର ଅଛି । ବୁମ୍ରାହ ଆଘାତ ସମସ୍ୟା ନେଇ ସ୍ପେଶାଲିଷ୍ଟଙ୍କ ସହିତ କଥା ହୋଇଥିଲୁ । ସମସ୍ତେ ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲେ ।
ସେହିପରି ସାମିଙ୍କ ପ୍ରଦର୍ଶନ ନେଇ ରୋହିତ କହିଛନ୍ତି ଯେ, ସାମି ଜଣେ ଅଭିଜ୍ଞ ବୋଲର । କେଉଁ ପରିସ୍ଥିତିରେ କିଭଳି ବୋଲିଂ କରିବେ । ଆମ ଅପେକ୍ଷା ତାଙ୍କୁ ବେଶ୍ ଜଣା । ବିଶ୍ୱକପ୍ରେ ଏହା ଆମ ପାଇଁ ସହାୟକ ହେବ । ତେବେ ୧୬ ତାରିଖରୁ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବା ବେଳେ ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲ ରହିଛି ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।