ସାଟେଲାଇଟ୍ ଫଟୋରେ ନିର୍ମାଣ ହେଉଥିବା ରାସ୍ତା, ସ୍ପଷ୍ଟ ଦେଖାଯାଉଥିବା ବେଳେ ବ୍ରିଜ ନିର୍ମାଣ କରାଯାଉଥିବା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି । ଏହି ନୂଆ ନିର୍ମାଣ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳକୁ ରୁତୋଗର ଉତ୍ତର ଉପକୂଳ ସହିତ ସଂଯୋଗ କରିବ । ଯେଉଁଠାରେ ଚୀନ୍ ସୈନ୍ୟମାନେ ନିୟୋଜିତ ଅଛନ୍ତି । ଏହି ନିର୍ମାଣରେ କିଛି ଅସାଧାରଣ ଜିନିଷ ମଧ୍ୟ ଦେଖିବାକୁ ମିଳିଛି । ଚୀନ୍ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ରିଜ୍ ମଝିରେ ୧୫ ମିଟରର ଫାଙ୍କ ରହିଛି । ନିର୍ମାଣ କାର୍ଯ୍ୟ ଜୋରସୋର୍ରେ ଚାଲିଥିବା ସତ୍ତ୍ୱେ ଏହି ଫାଙ୍କ ପୂରଣ କରାଯାଉନାହିଁ ।
ଏପଟେ ତାଇୱାନ ଚୀନ୍କୁ ଚେତାବନୀ ଦେଇଛି ଯେ ତାଙ୍କର କୌଣସି ଯୁଦ୍ଧବିମାନ ବା ଜାହାଜ ଯଦି ତାଇୱାନର ବାୟୁ ବା ଜଳ ସୀମାର ୧୨ ନଟିକାଲ ମାଇଲ ଭିତରକୁ ପଶିଆସେ, ତେବେ ତା’ ଉପରେ ଆକ୍ରମଣ କରାଯିବ। ତାଇୱାନର ମେଜର ଜେନେରାଲ ଲିନ ୱେନ-ହୁଆଙ୍ଗ କହିଛନ୍ତି ଯେ ସେମାନେ ଆତ୍ମରକ୍ଷାର ଅଧିକାର ସାବ୍ୟସ୍ତ କରିବାକୁ ଯାଇ ପ୍ରତିଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି।
ଏହା ପୂର୍ବରୁ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ ଅଭିଯୋଗ କରିଥିଲେ ଯେ ଚୀନ୍ ତା’ର ସାମରିକ ଧମକାଣ ଅବ୍ୟାହତ ରଖିବା ପାଇଁ ତାଇୱାନ ବାୟୁସୀମା ଭିତରକୁ ଡ୍ରୋନ୍ ପଠାଇ ‘ଗ୍ରେ ଜୋନ୍’ କୌଶଳ ଅବଲମ୍ବନ କରୁଛି। ତେବେ ସାଇ ଏପରି ଚେତାବନୀ ଦେବା ପୂର୍ବରୁ ନିଜ ସେନାକୁ ଆଦେଶ ଦେଇଛନ୍ତି ଯେ, ଯଦି ଚୀନ୍ର କୌଣସି ବିମାନ, ଡ୍ରୋନ୍ ବା ଜାହାଜ ତାଇୱାନର ସୀମା ଭିତରକୁ ଆସେ ତେବେ ସେମାନେ ତା’ ଉପରକୁ ଆକ୍ରମଣ କରିବେ। ଗତକାଲି ତାଇୱାନ ନିଜ ସୀମା ଭିତରକୁ ଆସିଥିବା ଏକ ଚୀନା ଡ୍ରୋନ୍ ଉପରକୁ ଚେତାବନୀ-ସୂଚକ ଗୁଳିଚାଳନା କରିଛି। ଏହା ପରେ ଚାଇନିଜ୍ ଡ୍ରୋନ୍ଟି ଚୀନ୍ ଅଭିମୁଖେ ଫେରିଯାଇଥିଲା। ପ୍ରତିଆକ୍ରମଣ କରିବା ପାଇଁ ତାଇୱାନର ସାହସ ଦେଖି ଚୀନ୍ ଏବେ ଚିନ୍ତିତ ହୋଇପଡ଼ିଛି। ତାଇୱାନ ସମରାଭ୍ୟାସ ମାଧ୍ୟମରେ ତା’ର ସାମରିକ ଧମକାଣ ନୀତି ଆଉ କାମ କରି ନ ପାରେ ବୋଲି ଏହା ଆଶଙ୍କା କରୁଛି।
ବିଦେଶ ଖବର ଆହୁରି ପଢନ୍ତୁ ।